ବଙ୍କୁଲି ବଡି
ବଙ୍କୁଲି ବଡି
ଜୀବନର ସାଥି ବଙ୍କୁଲି ବାଡ଼ିଟି,
ଯୌବନର ରାତି ବଙ୍କୁଲି ବାଡ଼ିଟି,
ଛାଡ଼ିଯାଏ ଯେବେ ଜୀବନ ସଙ୍ଗିନୀ,
ଦିଏ ପ୍ରେମ ପ୍ରୀତି ବଙ୍କୁଲି ବାଡ଼ିଟି ।
ସନ୍ତାନ ସନ୍ତତି ଜୀବନ ଜଞ୍ଜାଳେ,
ବନିଯାଏ ନାତି ବଙ୍କୁଲି ବାଡ଼ିଟି ।
ଧର୍ମ ପରାୟଣ ସଂସାରରେ ଦେଖ,
ପଚାରେ ନା ଜାତି ବଙ୍କୁଲି ବାଡ଼ିଟି ।
ମାଟିର ମଣିଷ ମାଟିରେ ମିଶିବ,
ରହିବ ସୃତି ବଙ୍କୁଲି ବାଡ଼ିଟି ।