ଶୋଇଲା ଭାଗ୍ୟ
ଶୋଇଲା ଭାଗ୍ୟ
ତାରା ଉଇଁଲା, ଜହ୍ନ ଉଇଁଲା, ଉଇଁଲା ସୂର୍ଯ୍ୟ ।
ଉଇବ ଯେ କେବେ ମୋର, ଶୋଇଲା ଭାଗ୍ୟ ।
ଦେଖିବି ମୁଁ କେବେ ସେଇ, ମଦିନା ଭୂଇଁ,
ସବୁଜ ଗମ୍ବୁଜ ଯା’ର, ଛାଇ ବି ନାହିଁ,
ଆଲ୍ଲା ମୋର ଜୀବନ କି, ଯିବ ରେ ବ୍ୟର୍ଥ ?
ଦୁନିଆରେ କିଛି ମୋତେ, ଭଲ ଲାଗୁନି,
ଆମୋଦ ପ୍ରମୋଦ ଏତେ, ଭଲ ଲାଗୁନି,
ଭଲ ଲାଗୁନାହିଁ ମୋତେ, କିଛି ବି କାର୍ଯ୍ୟ ।
କବିତା ଲେଖୁଛି ଯେତେ, ନବୀଙ୍କ ନାମେ,
ପଢ଼ିବି କି ଦିନେ ଯାଇ, ତାଙ୍କରି ଧାମେ,
ଜୀବନର ଏହି ଲକ୍ଷ୍ୟ, କରିଛି ଧାର୍ଯ୍ୟ ।
ନବୀଙ୍କର ଚଲା ପଥ, ଦେଖୁଛି ବୁଲି,
ସପନ ଏ ଦିଶୁଅଛି, ଆଖି କୁ ଖାଲି,
ଏ ସପନ ଦିନେ ମୋର, ହେବକି ସତ୍ୟ ।
ସାହି ପଡ଼ିଶାରୁ ଗଲେ, ଦେଖିଲି ମୁହିଁ,
ସାଙ୍ଗ ସାଥ ଚାଲି ଗଲେ, ଚାହିଁଲି ମୁହିଁ,
ଇନାୟତ ମୋର ନାହିଁ, ଏଣିକି ଧୈର୍ଯ୍ୟ ।
