STORYMIRROR

SAHITYA TARJUMAN

Classics Inspirational Children

3  

SAHITYA TARJUMAN

Classics Inspirational Children

ଈଶ୍ୱର ଯେ ତୁମେ

ଈଶ୍ୱର ଯେ ତୁମେ

1 min
191

ଫୁଲରେ ବି ତୁମେ,  ପଥରରେ ତୁମେ

ଆଲୋକରେ ତୁମେ, ଅନ୍ଧାରରେ ତୁମେ

ତୁମେ ସର୍ବବ୍ୟାପୀ, ଈଶ୍ଵର ଯେ ତୁମେ ।


ବ୍ରହ୍ମାଣ୍ଡ ବ୍ୟବସ୍ଥା, ଚକିତ କରୁଛି

ସୂର୍ଯ୍ୟ ଜହ୍ନ ତାରା, ବିସ୍ମିତ କରୁଛି

ପାହାଡ଼ ପର୍ବତ,  ଝରଣା ସାଗର

ଫୁଲ ଫଳ ତୃଣ, ମୋହିତ କରୁଛି

ପ୍ରାଣୀରେ ବି ତୁମେ, ପ୍ରାଣରେ ବି ତୁମେ

ମନରେ ବି ତୁମେ,  ବିଚାରରେ ତୁମେ

ତୁମେ ସର୍ବବ୍ୟାପୀ, ଈଶ୍ଵର ଯେ ତୁମେ ।


ପବନ  ବହୁଛି,  ତୁମରି  କୃପାରୁ

ମେଘ  ବରଷୁଛି, ତୁମରି କୃପାରୁ

ଦିନ ପରେ ରାତି, ରାତି ପରେ ଦିନ

ରବି  ଝଲସୁଛି,  ତୁମରି  କୃପାରୁ

ପିତାରେ ବି ତୁମେ, ମାତାରେ ବି ତୁମେ

ପାଳନ କର୍ତ୍ତା ଯେ, ସଂସାରରେ ତୁମେ

ତୁମେ ସର୍ବବ୍ୟାପୀ, ଈଶ୍ଵର ଯେ ତୁମେ ।


ଦୁଃଖରେ ଡାକୁଛି,  ସୁଖରେ ଡାକୁଛି

କାନ୍ଦିଲେ  ଦିଶୁଛି,   ହସିଲେ ଦିଶୁଛି

ନ୍ୟାୟ ପାଇଁ ତୁମ,  ଶରଣ ପୋଷୁଛି

ତୁମକୁ   ପ୍ରାର୍ଥନା,   ପୂଜା  ମୁଁ କରୁଛି

ଭଜନରେ ତୁମେ, ବନ୍ଦନାରେ ତୁମେ

ତୁମେ ସର୍ବବ୍ୟପୀ, ଈଶ୍ବର ଯେ ତୁମେ

ତୁମେ ସର୍ବବ୍ୟାପୀ, ଈଶ୍ବର ଯେ ତୁମେ ।


Rate this content
Log in

Similar oriya poem from Classics