ଉପାସ ମାସ
ଉପାସ ମାସ
ଉପାସ ମାସ ବରଷ ଘୁରି,
ଆସିଛି ପୁଣି ଆମ ପାଖକୁ,
ମାସକ ପାଇଁ ଅତିଥି ହୋଇ,
ଆସିଛି ପୁଣି ଆମ ପାଖକୁ ।
ପୂଣ୍ୟ ଅରଜନ ସୁଯୋଗ ଦିଏ,
ପାପ ଦୋଷ ସବୁ ଧୋଇ ସେ ନିଏ,
ପୂଣ୍ୟ ଦେବାକୁ ସେ ଗୁଣି ସତୁରି,
ଆସିଛି ପୁଣି ଆମ ପାଖକୁ ।
ଶୋଇବା ରାତିରେ ତରାବୀ ପଢ଼ି,
ଉପାସ ରହିବା ସେହରୀ କରି,
ଶାନ୍ତି ଅହିଂସାର ଆଦେଶ ନେଇ,
ଆସିଛି ପୁଣି ଆମ ପାଖକୁ ।
ଦୟାଶୀଳ ହୁଅ ମାନବ ଜାତି,
କର ଇଫତାରୀ ସାଙ୍ଗରେ ବସି,
ସହନଶୀଳତା ମାପିବା ପାଇଁ,
ଆସିଛି ପୁଣି ଆମ ପାଖକୁ ।
ଭୋକ ଶୋଷ ଟିକେ ସହି ତ ଦେଖ,
ନିର୍ଦ୍ଧନଙ୍କ ପ୍ରତି ସହାୟ ହୁଅ,
ଏଇ କଥାଟିକୁ କହିବା ପାଇଁ,
ଆସିଛି ପୁଣି ଆମ ପାଖକୁ ।
କବି ମହମ୍ମଦ ଇନାୟତ ଅଲୀ ଖାଁ, ବାଲେଶ୍ବର।
