ଆମେ ଭାରତୀୟ
ଆମେ ଭାରତୀୟ
ଆମେ ଭାରତୀୟ, ଆମର ସମ୍ପର୍କ,
ଭାଙ୍ଗିବା ସମ୍ଭବ ନୁହେଁ,
ଜାତୀୟ ଏକତା, ଅମୂଲ୍ୟ ସମ୍ପଦ,
ଲୁଟିବା ସମ୍ଭବ ନୁହେଁ ।
ଅନେକ ଭାଷାରେ, କଥାଟି ହେଲେ ବି,
ମତରେ ସମତା, ଦେଖୁବାକୁ ମିଳେ,
ଅନେକ ପ୍ରକାର, ବସନ ଭିତରୁ,
ଭାରତୀୟତାଟି, ବାରି ହୋଇ ପଡ଼େ,
ଏମିତି ସଂସ୍କୃତି, ସଂସାରେ କେଉଁଠି,
ପାଇବା ସମ୍ଭବ ନୁହେଁ ।
ଭାରତ ମାଟିରେ, କପାଳ ରଖି ମୁଁ,
ପ୍ରାର୍ଥନା କରୁଛି, ଆଲ୍ଲାହଙ୍କୁ ଡାକୁଛି,
ମାତା ଜାଣି କିଏ, ପ୍ରଣାମ କରୁଛି,
କୋଣ ଅନୁକୋଣେ, ଈଶ୍ୱର ଦେଖୁଛି,
କାହାର ହୃଦରେ, କେତେ ଦେଶ ପ୍ରେମ,
ମାପିବା ସମ୍ଭବ ନୁହେଁ ।
ଭାରତ ବାସୀଙ୍କୁ, ଭାଇ ମୁଁ କହୁଛି,
ସାଙ୍ଗ ବି କହୁଛି, ଭଉଣୀ କହୁଛି,
ତାଙ୍କ ପାଖରୁ ମୁଁ, ସମ୍ମାନ ପାଉଛି,
ନିଜ ଘରକୁ ମୁଁ, ଆଦରେ ଡାକୁଛି,
ରାକ୍ଷୀର ବନ୍ଧନ ସୂତା ଖିଅ ହେଲେ,
ଛିଡ଼ିବା ସମ୍ଭବ ନୁହେଁ ।
