STORYMIRROR

SAHITYA TARJUMAN

Others

3  

SAHITYA TARJUMAN

Others

ଅମର ଜବାନ

ଅମର ଜବାନ

1 min
152

ସୀମାର ପ୍ରହରୀ ତୁମେ ତ ଜୀବନ, 

ଦେଶ ପାଇଁ କରି, ଦେଲ ବଳିଦାନ, 

ଅଶ୍ରୁଳ  ନୟନେ   କରୁଛି  ସମ୍ମାନ, 

ଭାରତ  ଦେଉଛି  ଶ୍ରଦ୍ଧାର  ସୁମନ ।


ଶହୀଦଙ୍କୁ କେବେ ଦେଶ ଭୁଲେ ନାହିଁ,

ରହିଥାଏ ଦେଶ  ତୁମ  ଠାରେ ଋଣୀ, 

ତୁମେ   ରଖିଗଲ   ଦେଶର  ସମ୍ମାନ, 

ତୁମେ ହିଁ ଦେଶର ସୁଯୋଗ୍ୟ ସନ୍ତାନ ।


ସୀମାର  ସୁରକ୍ଷା  ତୁମ ହାତେ ଦେଇ, 

ଉନ୍ନତି  ପଥରେ    ଯାଉଛି  ଆଗେଇ, 

ସୁବର୍ଣ୍ଣ   ଅକ୍ଷରେ   ଲେଖା  ଯାଉଅଛି, 

ତୁମରି  ପାଇଁ  ତ      ‘ଅମର ଯବାନ’ ।


କବି ମହମ୍ମଦ ଇନାୟତ ଅଲୀ ଖାଁ, ବାଲେଶ୍ବର।



Rate this content
Log in