ସମୟର ଚକ୍ର
ସମୟର ଚକ୍ର
ଆସି ଥିଲି ସଂସାରକୁ, ଥିଲି ତେବେ ଅସହାୟ,
ଛାଡ଼ି ଯିବି ସଂସାରକୁ, ହେବି ଯେବେ ଅସହାୟ !
ସମୟର ଚକ୍ର କିନ୍ତୁ, ଘୁରୁ ଥିଲା ଘୁରୁ ଥିବ,
ଶାସନ, ଯୌବନ, ଧନ, ସବୁ ଦିଶେ ଅସହାୟ !
କାହାକୁ ମିଳିଛି କେତେ, ସମୟ ସେ ଜାଣେନା,
କି ଗର୍ବ କି ଅହଂକାର, ସବୁ ଲାଗେ ଅସହାୟ !
ମୋ ଦେଶ, ମୋ ରାଜ୍ୟ, ଭାଷା, ପରିବାର କହୁଛି,
ଛାଡ଼ି ଯିବି ସବୁ କିଛି, ଭାବି ଲାଗେ ଅସହାୟ !
ଶବଦରେ ବଞ୍ଚିବି ମୁଁ , ସ୍ମୃତିରେ ରହିବି,
ପ୍ରଚେଷ୍ଟା କରି ଚାଲିଛି, ଦେଖ ଜଣେ ଅସହାୟ !
କବି ମହମ୍ମଦ ଇନାୟତ ଅଲୀ ଖାଁ, ବାଲେଶ୍ବର।