STORYMIRROR

SAHITYA TARJUMAN

Abstract Tragedy

3  

SAHITYA TARJUMAN

Abstract Tragedy

ଅମୂଲ୍ୟ ସମ୍ପଦ

ଅମୂଲ୍ୟ ସମ୍ପଦ

1 min
209

ଜୀବନ ତ ପାଣି ଫୋଟକା, କେବେ ଫୁଟି ଯିବ ଜାଣେନା। 

ଗୁଡ଼ି  ପରି  ଉଡୁଛି  ସିନା,  କେବେ  କଟି ଯିବ ଜାଣେନା ।


ମାୟା  ଜାଲ  ଭଲ  ଲାଗୁଛି,  ସଂସାରରେ  ଛନ୍ଦି  ଚାଲିଛି,

ସୁତା  ଖିଅର  ଏ  ବନ୍ଧନ,  କେବେ  ଫିଟି  ଯିବ ଜାଣେନା ।


ଜୀବନ   ଅମୂଲ୍ୟ   ସମ୍ପଦ,  ବଞ୍ଚିବାକୁ  ଇଚ୍ଛା  ବି  ମୋର, 

ସୁରକ୍ଷା ମୋ ହାତରେ ନାହିଁ, କେବେ ଲୁଟି ଯିବ ଜାଣେନା।


ଦିନ  ରାତି   ଚାଲି   ଯାଉଛି,  ବରଷ  ବରଷ  ଧରି  ସେ, 

ହାତରେ  ଜୀବନର  ଦୀପ,  କେବେ ଝୁଣ୍ଟି ଯିବ ଜାଣେନା ।


କାଲି  ଦେଖା  ହେବ  କି  ନାହିଁ, କିଏ  କହି ପାରିବ କାହିଁ,

ଯେତେ ଦୃଢ଼ ଥିଲେ ସମ୍ବନ୍ଧ, କେବେ ତୁଟି ଯିବ ଜାଣେନା ।

କବି ମହମ୍ମଦ ଇନାୟତ ଅଲୀ ଖାଁ, ବାଲେଶ୍ବର।



Rate this content
Log in

Similar oriya poem from Abstract