STORYMIRROR

Dharmananda Maharana

Crime Inspirational

4  

Dharmananda Maharana

Crime Inspirational

ସବଳର ଅତ୍ୟାଚାର

ସବଳର ଅତ୍ୟାଚାର

1 min
277

ସବଳ ମଣିଷ ଦୁର୍ବଳ ଉପରେ, କରେ କାହିଁ ଅତ୍ୟାଚାର

ମନୁଷ୍ୟତ୍ବ ଆଜି ହଜିଛି ସବୁଠି, ଦୟାମାୟା ନାହିଁ କାହାର ।।


ମଣିଷ ମାରୁଛି ମଣିଷକୁ ଏଠି, ଇଏ କି ହୀନ ବିଚାର

ଭାଷାହୀନ ମୂକ ବଧିର ପଶୁଙ୍କୁ, କରୁଛି ଘାତ ପ୍ରହାର

ଆର୍ତ୍ତତ୍ରାଣ ଛାଡ଼ି ଚିତ୍କାର କରୁଛି, କେଡ଼େ ନିର୍ଦୟ ସଂସାର

ସବଳ ମଣିଷ ଦୁର୍ବଳ ଉପରେ, କରେ କାହିଁ ଅତ୍ୟାଚାର ।।


ସେହି ମଣିଷ ଯେ ସୁଖରେ ବଞ୍ଚୁଛି, ଯୋହର ଏଠି ଯାହାର 

ନିର୍ବଳ ପ୍ରାଣୀର ପ୍ରାଣ ଯାଉଅଛି, କେତେ ନିର୍ମମ ଭାବର ।।


ଭୋକିଲା ପେଟରେ ଆହାର କି ଦେବ? ମାରଇ ଢେଲା ପଥର

ଭାଷା ଅଛି ବୋଲି ଜ୍ଞାନୀ ସେ ବୋଲାଏ, କାହିଁ ଜ୍ଞାନ ଅଛି ତା'ର

ତତଲା ତତଲା ଗରମ ପେଜକୁ, ପୁଣି ଢାଳେ ତା' ଉପର

ମନୁଷ୍ୟତ୍ଵ ଆଜି ହଜିଛି ସବୁଠି, ଦୟା ମାୟା ନାହିଁ କାହାର ।।


ଧରମା କୁହଇ ଉତ୍ତମ ପ୍ରାଣୀର, ଏ କି' ଉତ୍ତମ ବେଭାର?

ମଣିଷ ହୋଇବି ମଣିଷ ନୁହଁଇ, ଦୟା ନଥାଏ ଯାହାର ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime