STORYMIRROR

Dharmananda Maharana

Inspirational

4  

Dharmananda Maharana

Inspirational

ବିପ୍ଳବର ଗାଥା

ବିପ୍ଳବର ଗାଥା

1 min
358


ବୁଣି ଦେଇଗଲେ ବିପ୍ଳବର ମଞ୍ଜି

କର୍ଣ୍ଣଧାର ଆମ ମଙ୍ଗଳ ପାଣ୍ଡେ

ଆଗକୁ ଆହୁରି ପ୍ରଶସ୍ତ କରିଲେ

ଝାନ୍ସୀ ରାଣୀ ଆଉ ତାନ୍ତିଆ ଟୋପେ।


ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହ ଯୋଗୁଁ

ଟଳମଳ ହେଲା ଆସନ ଗାଦି

ନେତାଙ୍କ ସ୍ଲୋଗାନ ବନ୍ଦେ ମାତରମ୍

ଫିରଙ୍ଗୀ ସେନାଙ୍କ ଥରିଲା ଛାତି ।


ହସି ହସି ଫାଶି ଖୁଣ୍ଟରେ ଝୁଲିଲେ

ସାହସୀ ନିର୍ଭୀକ କେତେ ଯେ ବୀର

ତାଙ୍କ ବଳିଦାନ ତାଙ୍କରି ତ୍ୟାଗରେ

ସ୍ଵାଧୀନ ହୋଇଲା ଦେଶ ଆମର ।


ସ୍ଵାଧୀନ କରିଲେ ଜନମ ମାଟିକୁ

ପରାକ୍ରମ ପୁଣି ସ୍ୱାଭିମାନରେ

ମିଳିଗଲା ଆହେ ମୁକତି ଆମକୁ

ବୀରଙ୍କର ସେଇ ବଳିଦାନରେ ।


ଆସ ଆସ ଆଜି ସ୍ମରଣ କରିବା

ମହାନ ସେଇ ବିରପୁରୁଷଙ୍କୁ

ଦେଶକୁ ଆମର ଆଗକୁ ଟାଣିବା

ଅନୁସରି ତାଙ୍କ ନୀତି ଆଦର୍ଶକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational