STORYMIRROR

Madhabi Patel

Crime

3  

Madhabi Patel

Crime

ବଳାତ୍କାର

ବଳାତ୍କାର

1 min
246


ବଳତ୍କାର କେବଳ ଶରୀରର ହୁଏନା।

ତାର ସବୁ ଆଶା ଆକାଂକ୍ଷାର

ସବୁ ସ୍ବପ୍ନ ସବୁ ସୁଖ ହସ ଖୁସିର

ତା ଜୀବନ ତମାମ ମିଠାପଣର

ତାର ସଂପର୍କ ମାନଙ୍କର ବି

 ତା ସାଥିରେ ହେଇଯାଏ ବଳତ୍କାର।

 ତାର ବାପାମାଆ ପ୍ରିୟ ପରିଜନ

ତାର ଭାଇଭଉଣୀ ଗଣ।

ବୋଝ ହେଇଯାଏ ସଭିଙ୍କ ଜୀବନ।

ନିନ୍ଦା ଅପମାନସହି ଶୁଣି ଝିଙ୍ଗାସ ବଚନ

ମରିମରି ବଞ୍ଚୁଥାନ୍ତି ଆଶାନେଇ

ତାଙ୍କୁକେବେ ମିଳିବ ନ୍ୟାୟଦାନ।

ହେଲେ ପଦ୍ମ ଘୁଞ୍ଚି ଘୁଞ୍ଚି ଗଲାପରି

ଘୁଞ୍ଚୁଥାଏ ତାରିଖର ଦିନ।

ଆଉ ସାଖୀ ଅଭାବରେ ବଳତ୍କାରୀ 

ମୁକ୍ତହେଇ ତା ସମ୍ନାରେ କାଟୁଥାଏ

ସୁଖୀର ଜୀବନ।

ଅଥଚ ସେ ପିଡୀତା ଲୁଣ୍ଠିତା

 ଲଜ୍ଜାଓ ନିନ୍ଦା ସହିନପାରି

କରିଦିଏ ଆତ୍ମ ବିସର୍ଜନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime