STORYMIRROR

Pratima Satpathy

Crime

3  

Pratima Satpathy

Crime

ମହୀରାବଣ ମାୟାରେ ରାମଲକ୍ଷ୍ମଣ ବନ୍ଦୀ

ମହୀରାବଣ ମାୟାରେ ରାମଲକ୍ଷ୍ମଣ ବନ୍ଦୀ

1 min
177


ରଣେ ହତ, ଭ୍ରାତା ପୁତ୍ର, ଦେଖିକରି ଦଶମାଥ

    ମୁଖରୁ ଯେ,ବାକ୍ୟ ନ ସ୍ଫୁ,ରଇ ହେ 

ଅତି ମ୍ରିୟମାଣ ହୋଇ , ଚିନ୍ତା କରେ ଲଙ୍କାସାଇଁ

     କି କରିବି ବୁଦ୍ଧି ଦିଶୁ ନାହିଁ ହେ।


କିଏ ଅଛି ମୋର ପାଶ , ରଣାଙ୍ଗନେ ଦେବ ଝାସ

    ମନେପଡି, ଗଲାମହୀ କଥା ହେ 

ଅଛି ପାତାଳରେ ସେହି, ଯୁଦ୍ଧରେହେବ ବିଜୟୀ,

     ବହୁରୂପୀ ମାୟାତାକୁ ଜଣା ହେ।


ମନେ ମନେ କଲା ଧ୍ୟାନ, ଆସିଲା ମହୀ ରାବଣ

     କାହିଁପାଇଁ ଚିନ୍ତାକଲେ ମୋତେ ହେ 

ପାଶେ ନେଇ ବସାଇଲା, ଯୁଦ୍ଧ କଥା ବଖାଣିଲା

      ଶୁଣି ମହୀରାବଣ ଯେ ଭାଷେ ହେ।


ମନୁ ଚିନ୍ତା ପରିହର, ଯାଉଛି ମୁହିଁ ସତ୍ୱର

      ମାୟାରେ ଆଣିବି ଜଟା ଧାରି ହେ 

ଆନନ୍ଦରେ ଦିନ ହର, ଏହା କହି ମହୀ ବୀର

     ମନରେ ଆନନ୍ଦ ହେଲା ଭାରି ହେ।


ଗୁପ୍ତଚର ଠୁ ଖବର , ଶୁଣି ବିଭୀଷଣ ବୀର

     ପାଶେ ଡ଼ାକି, ହନୁ, ସୁଗ୍ରୀବଙ୍କୁ ଯେ

ପାତାଳ ପୁରରୁ ଆସି, ମହିରାବଣପ୍ରବେଶି

    ନେଇଯିବ ରାମ ଲକ୍ଷ୍ମଣଙ୍କୁ ଯେ।


ମାୟାରେ ଅଟେ ପ୍ରବୀଣ, ସେ ବୀର ମହୀ ରାବଣ

    ନାନା ରୂପେ, ଆସିଦେବ ଦେଖା ଯେ

ଏହାଶୁଣି ହନୁମାନ, ଲାଙ୍ଗୁଡରେ ତତକ୍ଷଣ

    ସୁରକ୍ଷିତ ଗମ୍ବୁଜ ନିର୍ମାଣ ଯେ।


ତାହାର ଭିତରେ ନେଇ, ଶ୍ରୀରାମ ଲକ୍ଷ୍ମଣ ଦୁଇ 

     ଭାଇଙ୍କୁରଖିଲା ଯତନରେ ଯେ

ଭିତରରେ ବାଳି ପୁତ୍ର, ଦ୍ଵାରରେ ପବନସୁତ

     ଜଗିଲେ ଯେ, ଅତି ଆବେଗରେ ଯେ।


ଆସିଲା ମହୀ ରାବଣ, ଦଶରଥର ରୁପେଣ

    କାନ୍ଦିକହେ କାହାନ୍ତିମୋ ପୁଅ ହେ 

ଭିତରକୁ ଛାଡ ମୋତେ, ଯିବି ମୁଁ ତାଙ୍କ ଅଗ୍ରତେ

     ଆଖିରୁମୋ ଝରୁଅଛି ଲୁହ ହେ ।


ଜାଣିପାରି ହନୁମାନ, କହିଲେ ବଚନ ଶୁଣ

      ଅଜ୍ଞାଦେଲେ ବିଭୀଷଣ ବୀର ହେ

ଛାଡ଼ିଦେବି ଭିତରକୁ, ଦେଖିବ ତୁମ ପୁତ୍ରଙ୍କୁ

      ଏହା ଶୁଣି ମହୀ ହରବର ହେ।


ଏହିପରି ନାନା ରୂପ, ହୋଇ ନ ପାଇଲା ଭେଟ

      ଶେଷରେ ସେ ବିଭୀଷଣ ହୋଇ ଯେ

ଆସିଲା ହନୁ ସମୀପ, ହନୁ ଛାଡିଦେଲା ବାଟ

     ମହୀ ରାବଣ ଆନନ୍ଦ ହୋଇ ଯେ।


ଗମ୍ବୁଜରେ ପ୍ରବେଶିଲା, ଅଙ୍ଗଦକୁ ବନ୍ଦୀ କଲା

     ମନ୍ତ୍ରବଳେ ରାମ ଲକ୍ଷ୍ମଣଙ୍କୁ ଯେ

ପାତାଳକୁ ନେଇଗଲା, ବନ୍ଧନକରି ରଖିଲା

     ପ୍ରଭାତରେ ବଳୀଦେବ ତାଙ୍କୁ ଯେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime