STORYMIRROR

ABHILASH PATI

Tragedy Crime Inspirational

3  

ABHILASH PATI

Tragedy Crime Inspirational

ଦୁହିତା (ଦୁଇ କୂଳ କୁ ହିତା)

ଦୁହିତା (ଦୁଇ କୂଳ କୁ ହିତା)

1 min
50

ସରି ସରି ଯାଏ ଦୀପ ର ସଳିତା 

ଲିଭିଯାଏ ଯୁଇ ଚିତା।।

କଳି ର ଯୁଗ ରେ ରାମ ମୁଖା ପିନ୍ଧି

ରାବଣ ହରଇ ସୀତା।।


ଦୁହିତା ଦୁଇ କୂଳ କୁ ହିତା


ନିଜ ଇଚ୍ଛା ମାନି ଯଦି ସେ ବଞ୍ଚିଲା 

ସମାଜେ ସେ କଳଙ୍କିତା।।

ଆଙ୍ଗୁଠି ଆଗରେ ନଚାଏ ପୁରୁଷ 

ନାରୀ ମାନେ ବର୍ବରିତା।।


ଦୁହିତା ଦୁଇ କୂଳ କୁ ହିତା


ପୁରୁଷ ଟେ ଯଦି ଲୋଡ଼େ ଏ ସମାଜେ 

ଭଗିନୀ ଭାରିଯା ମାତା।।

ପର ନାରୀ ପାଇଁ ଲୋଲୁପ ଦୃଷ୍ଟି 

ବିବେକ ଦିଏନି ବାଧା।।


ଦୁହିତା ଦୁଇ କୂଳ କୁ ହିତା


ଏତେ ଅହଙ୍କାର ଧରି ଏ ପୁରୁଷ 

ବୋଲାଏ ଜଗତଜିତା।।

ଧନ ନୁହଁ ତୁମ ସମ୍ମାନ ସେ ଲୋଡ଼େ 

ଲୋଡ଼େ ତୁମ ସଂଯମତା ।।


ଦୁହିତା ଦୁଇ କୂଳ କୁ ହିତା


ପାପ ର ଭାର ରେ ଜର୍ଜରିତ ଧରା 

ସିଏ ବି ଗୋଟିଏ ମାତା ।।

ମାତା ଡାକ ଶୁଣି ଅବତରି ଆସ 

ସଂଘାର କର ବିଧାତା ।।


ଦୁହିତା ଦୁଇ କୂଳ କୁ ହିତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy