STORYMIRROR

ABHILASH PATI

Abstract Inspirational

4  

ABHILASH PATI

Abstract Inspirational

ନାରୀ (ଏକ ସମବେଦନା)

ନାରୀ (ଏକ ସମବେଦନା)

1 min
300

ନାରୀ 

ସେ ଅତୀତ ପାଠ ର ପର୍ଯ୍ୟଲୋଚନା

ବର୍ତମାନ ର ଆବେଗ ଆଉ

ଭବିଷ୍ୟତ ର ପରିକଳ୍ପନା ।।


ନାରୀ

ସେ ପ୍ରତିକୂଳ ପରିବେଶ ରେ

ଅନୁକୂଳ ସ୍ଥିତି ର ସମ୍ଭାବନା।।


ନାରୀ

ସେ ସକାଳ ସୂର୍ଯ୍ୟ ର ସୁନେଲି କିରଣ

ମଧ୍ୟାହ୍ନ ର ଆହ୍ବାନ ଆଉ

ସନ୍ଧ୍ୟା ସମୟ ରେ ଝରିପଡୁଥିବ

କଳଙ୍କ ବିହୀନ ଯୋଛନା।।


ନାରୀ

ସେ ପଥିକ ର ପଥ

ବିହଂଗ ର ନିଡ 

ନିରାଶ ଚାତକ ର ଶୋଷ ଆଉ 

ଆଦି ଅନ୍ତ ର ସଂଯୋଜନା।।


ନାରୀ

ସିଏ ବି ଗୋଟେ ଜୀବନ

ସିଏ ସରଳ ହୃଦୟ ର ସ୍ପନ୍ଦନ

ବିକଟାଳ ଅନ୍ଧାର କୁ ଦୂରେଇ ଦେଉଥିବା ପ୍ରଦ୍ବ୍ୟିପନା 

ମିଛ ଆଶା ନେଇ ବଞ୍ଚୁନଥିବା ବିରଙ୍ଗାନା।।


ନାରୀ

ହଁ ହେଇପାରେ ସିଏ ମରୁଭୂମି ର ମରୀଚିକା ବାହାନା

ହେଲେ ସେ ନୂଆ ଅଭିଳାଷ ର ଏକମାତ୍ର ବାସ୍ତବ ପ୍ରେରଣା।।



Rate this content
Log in

Similar oriya poem from Abstract