STORYMIRROR

ABHILASH PATI

Abstract Children Stories Inspirational

4  

ABHILASH PATI

Abstract Children Stories Inspirational

ବର୍ଷା ରୁଷିଚି!

ବର୍ଷା ରୁଷିଚି!

1 min
40

ଅନ୍ଧାର ର ଅଜଣା ବନ ରେ ରୁଷି ଯାଇଛି ବର୍ଷା 
ପଚାରୁଛି ଅଙ୍କା ବଙ୍କା ପ୍ରଶ୍ନ ସାରୁ ପତର କୁ,
କାଇଁ ତୋ ମୂଳ ରେ ଶୂନ୍ୟ ସ୍ଥାନ
ବେଙ୍ଗ ର କଟର କଟର ଶବ୍ଦ ରେ 
ହେଇଗଲୁ କି ଅଧର୍ୟ।।
ପଚାରୁଛି ଅନ୍ଧାର କୁ
କାଇଁ ଆଜି ଏତେ ଡର ତୋ ମନ ରେ
ଜୁଳୁଜୁଳିଆ ପୋକ ର ଆଲୁଅ ରେ
କଣ ତୋର ଅସ୍ଥିତ୍ଵ ହଜି ଯାଇଥାନ୍ତା।
ପଚାରୁଛି ସେଇ କଂକ୍ରିଟ ଘର କୁ
ଓଳି ପାଣି ରେ କାଇଁ କାଗଜ ଡଙ୍ଗା ନାହିଁ
ପୁରୁଣା ବହି ଖାତା ର ସ୍ଥାନ ନେଇଛି 
ଅତ୍ୟାଧୁନିକ ଅନଲାଇନ ପାଠ ପଢା।
ଡାକୁଛି ଛୋଟ ପିଲାଙ୍କୁ
ଆମ୍ବ ପଡ଼ିଛି ଗଛ ମୂଳ ରେ
ଗଡି ଯାଉଚି ଗାଡିଆ ନର୍ଦ୍ଦମା କୁ
ଏ ବର୍ଷ କଣ ପଖାଳ ପାଖ ରେ 
ଆମ୍ବୁଲ ଜାଗା ଅପୁରଣ ରହିବ।
ବର୍ଷା ରୁଷିଛି,
ରୁଷିଲେ ବି କଣ ଆଉ ହବ 
ସେ ପୁଣି ଆସିବ 
ମୌସୁମୀ ରେ ନହେଲେ ବି 
ଲଘଚାପ ରେ ଭିଜେଇ ଦବ।
                            



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract