ଦୁଷ୍ଟ ଆଖି
ଦୁଷ୍ଟ ଆଖି
ରାତ୍ରିର ସନ୍ତର୍ପଣରେ
ସବୁ ଶୋଇ ଗଲା ପରେ
ଖୋଜେ ମୋ ଆଖି ତୁମକୁ
ପ୍ରୀତି ଭିଜା ପଲକରେ ।
ହେ ପ୍ରିୟତମା,
ତମେ ଆସିବ ନା ନହିଁ ଜାଣେନା
ହେଲେ ତମେ ଆସି ସାରିଛ
ମୋର ପ୍ରତିଟି ସପନରେ ।
ତୁମେ ଆସିଛ ଆଉ ବସିଛ
ତମେ କହୁଚ ମୁଁ ଶୁଣୁଛି
ହେଲେ ସବୁ କିଛି ନୀରବରେ
ପ୍ରେମର ମାଧୁର୍ଯ୍ୟ ଆଳାପରେ ।
ତମେ ନିଶାର୍ଦ୍ଧ ରାତ୍ରିର ବକ୍ତା
ଆଉ ମୁଁ ନୀରବ ଶ୍ରୋତା
ଯେତେ ଶୁଣିଲେ ମନ ଭରେ ନାହିଁ
ଲୋଡ଼େ ମୁ ତମ ପ୍ରତିଟି ଶ୍ରଦ୍ଧା ।
ରାତି ସରି ସରି ଯାଏ
ନିଦର ଢେଉ ଧୀରେ ଭାଙ୍ଗୁଥାଏ
ଆଉ ଆଖିପତା ଲାଜରେ କହେ
ଧେତ୍ ! ଦୁଷ୍ଟ ଆଖି ଟିଏ ।

