Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ABHILASH PATI

Abstract Inspirational

3  

ABHILASH PATI

Abstract Inspirational

ଆଜିର ଶୀତ ସକାଳ

ଆଜିର ଶୀତ ସକାଳ

1 min
206


କିଚିରି ମିଚିରି ଚଢ଼େଇ ଶବଦେ

ଧରା ହେଲା ପ୍ରକମ୍ପିତ

ପୃଥିବୀ ରାଣୀ କଡ ଲେଉଟେଇ

ଶୀତକୁ କଲା ସ୍ଵାଗତ ।


ନାହିଁ ସେ କୁହୁଡି ନାହିଁ ତ ଶିଶିର

ଘାସ ଗାଲିଚା ଉପରେ

ପତ୍ର ଫୁଲ ଡାଳ ରଙ୍ଗେଇ ହେଇଛି

ଗୁତୁକ ପାନ ଛେପରେ ।


କାର୍ତ୍ତିକ ଯାଇକି ମାର୍ଗଶିର ଆସି

ପୌଷ ଆସି ଦ୍ବ୍ୟର ବନ୍ଧରେ

ହେମନ୍ତ କହୁଚି କାହିଁକିରେ ଶୀତ

ଡର ନାହିଁ ଜନ ମନରେ ।


ପିନ୍ଧୁନାହିଁ ଶୀତ ବସ୍ତ୍ର କେହି ଦେହେ

ଜଳୁ ନାହିଁ ନିଆଁ ଭୂଇଁରେ

ମୁହେଁ ତୁଣ୍ଡି ଦେଇ ବାହାରେ ମଣିଷ

ନିତିଦିନିଆ ତା କାମରେ ।


ଥରୁ ନାହିଁ ଦେହ ଏ ଥଣ୍ଡା ପବନେ

ବାଜୁନାହିଁ ଦାନ୍ତ ପାଟିରେ

ଆଜିର ମଣିଷ ଖାତିରି ନକରେ

ଶୀତ ଗୋଟେ କି ଋତୁରେ ।







Rate this content
Log in

Similar oriya poem from Abstract