STORYMIRROR

ABHILASH PATI

Classics Inspirational Others

4  

ABHILASH PATI

Classics Inspirational Others

ମୋ ଅନୁଭୂତି

ମୋ ଅନୁଭୂତି

1 min
13

ମଶାଣି ର ଏକ ଗଇଶ ଫୁଲ ମୁଁ 

ମଶାଣି ରେ ଲୋଡା ହେବି ।।

ମନ୍ଦାର ଚମ୍ପା କି ମାଳତୀ ନୁହେଁ ମୁଁ 

ମନ୍ଦିର ରେ ଚହଟିବି।।


ଜୀବନ ର ଅଙ୍କ କଷି ମୁଁ ଚାଲିଛି

ବାଛ ବିଚାର ମୁଁ କରେନା ।।

ଉତ୍ତର ରେ ଅବା କଣ ପାଇବି

ଆଶା କେବେ ମୋ ମରେନା।।


ମାଛରଙ୍କା ପାଇଁ ମାଛ ମୁଁ ସାଜିଛି

ଅର୍ଜୁନ ର ମାଛ ଆଖି।।

ମୃତ୍ୟୁ ର ଲକ୍ଷ୍ୟ ରେ ଛିଡ଼ା ମୁଁ ହେଇଛି

ମରଣ ମୋ ମୁକ ସାକ୍ଷୀ।।



ସତ୍ୟ ର ଆଗରେ ମିଛ ର ବିଜୟ 

ମୁକୁଟ ସାଜିଛି ମୁଣ୍ଡରେ ।।

ଆଲୁଅ ରାଇଜେ ଅନ୍ଧକାର ରାଜା

ତୁଣ୍ଡି ବନ୍ଧା ନ୍ୟାୟ ତୁଣ୍ଡ ରେ।।



ହୁତୁହୁତୁ ହୋଇ ଜଳୁଛି ପ୍ରଦୀପ 

ଅନ୍ଧାର କୁ ସିଏ ଜାଣେନା।।

ପର ଦୁଃଖ ଦେଖି କେତେ ଯେ ହସିବୁ

ନିଜ ଦୁଃଖ ସହିପାରୁନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics