STORYMIRROR

MADHU MITA

Romance Classics Inspirational

3  

MADHU MITA

Romance Classics Inspirational

ପ୍ରେମର ମାନେ

ପ୍ରେମର ମାନେ

1 min
134

ପଚାରିଦେଲା ସେ ଫିସ୍ ଫିସ୍ କରି

"ପ୍ରେମର ମାନେଟି କଣ

କହିଦେଲି ମୁଁ ଯେ ଫୁସ୍ ଫୁସ୍ କର

"ଆପେ ଆପେ ତୁମେ ଜାଣ ।


ତା' ପରେ ଚାଲିଲା ତମ୍ ତମ୍ ହୋଇ

ଡାକିଲି ପକେଇ ରାଣ

ପଛକୁ ବୁଲି ମୁହଁକୁ ମୋଡ଼ିଲା କହିଲି

"ତୁମେ ତ ମୋର ଜୀବନ ।


ତୁମେ ମୋର ମନ ତୁମେ ତ ମୋ ପ୍ରାଣ

ତୁମେ ମୋର ଗଣ୍ଠିଧନ

ତୁମକୁ କହୁଛି ବୁଝେଇ ଶୁଣ ଗୋ

ତୁମେ ମୋର ପ୍ରୀତି ପ୍ରେମ ।


ମନକୁ ପାଇଲା କଥାଟି ମୋହର

ପାଖକୁ ଆସି କହିଲା

"ପ୍ରେମମାନେ ମୁଁ ଏୟା କହିବାକୁ

ଏତେ ସମୟ ଲାଗିଲା ।


ଫିକ୍ କରି ହସି ଦାନ୍ତ ଦେଖେଇଲି

ମୁଣ୍ଡ ମୋ ସେ ଆଉଁସି ଦେଲା

ଫଟ୍ କରି କଥା ସମ୍ଭାଳି ନେବାରୁ

ଆଜି ମଣିଷ ସତେ ବଞ୍ଚିଲା ।


Rate this content
Log in

Similar oriya poem from Romance