STORYMIRROR

Sunanda Mohanty

Romance Inspirational

3  

Sunanda Mohanty

Romance Inspirational

କାବ୍ୟନାୟିକା

କାବ୍ୟନାୟିକା

1 min
198

ସ୍ୱପ୍ନରେ ଆସ ମୋ କାବ୍ୟନାୟିକା 

ଛନ୍ଦ ମନ୍ଦ ଚାଲିରେ କାମିନୀ ବିଥିକା 

କେବେ ଲାଗ ଅୟସୀ କେବେ ଲାଗ ପ୍ରେୟସୀ 

କେବେ ଯାଏ ଆଖି ଝଲସି କେବେ ଲାଗେ ଉଦାସୀ 

ତୁମ ପାଖେ କରେ ମୁଁ ପ୍ରଣୟି ପ୍ରଣୟ ଭିକ୍ଷା 

ତୁମେ କିନ୍ତୁ ଦିଅ ମତେ ଉପଦେଶ ଶିକ୍ଷା ଦୀକ୍ଷା 

ଯୋଗ ପ୍ରାଣାୟମ ସ୍ୱଚ୍ଛତା ନୀତିଶିକ୍ଷା ର ଶିଖା 

ତୁମେ ଅପ୍ସରୀ ସରଗର ପରୀ ମୋ ମନ ମୟୂରୀ 

ତୁମେ ଅନୂଢ଼ା କିଶୋରୀ ଦିଅ ସତରେ ଥରେ ଦେଖା 

ପିପାସା ବିଧୁରା ମୋ ଆତ୍ମା ପସରା ସହି ପାରୁନି ତିତିକ୍ଷା 

ସ୍ନେହ ପ୍ରେମ ପ୍ରିତୀ ମୈତ୍ରୀ ବାଣ୍ଟିବି ଥରେ ମାତ୍ର ଦିଅ ଦେଖା 

ପ୍ରତିଶ୍ରୁତି ଦେଲ କେବେ ନଆସିଲ କରିଛି ପ୍ରତୀକ୍ଷା 

ତୁମ ଆଦେଶ ନିର୍ଦ୍ଦେଶ ଅନୁଯାୟୀ ଦେଉଅଛି ଅନ୍ୟକୁ ଶିକ୍ଷା 

ସଦିଚ୍ଛା କରୁଣା ମଣିଷପଣିଆ ମାତୃଜାତିପ୍ରିତୀର ଭିକ୍ଷା 

ଆଗୋ ମୋ ମିତଣୀ ତୁମ ମନ ଜାଣି କଲି ସବୁ ଗୁଣି 

କର ଗୋ ସମୀକ୍ଷା ନକରି ଅପେକ୍ଷା କରନା ମତେ ଉପେକ୍ଷା 

ତୁମେ ହିଁ ଗୀତାରେ ଗଳ୍ପରେ ମାନସପଟରେ ଆଗୋ ମୋ କାବ୍ୟନାୟିକା 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance