STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

ଚନ୍ଦ୍ର ମୁଖୀ ଚନ୍ଦ୍ର ବଦନୀ

ଚନ୍ଦ୍ର ମୁଖୀ ଚନ୍ଦ୍ର ବଦନୀ

1 min
136


ଚନ୍ଦ୍ରମୁଖୀ ଚନ୍ଦ୍ରବଦନୀ,

ମଧୁର କୋକିଳ ଭାଷିଣୀ

ଚମ୍ପକ ବରନୀ ହଂସ ଗାମିନୀ

ଚଟୁଳ ନିତମ୍ବ ଘନ ଜଘନୀ

ଚପଳ ଚଞ୍ଚଳ ଏଣୀ ନୟନୀ

ମଞ୍ଜୁଳ ମାଧୁରୀ ସୁ-ହାସିନୀ ସେ

ଚନ୍ଦ୍ରମୁଖୀ ଚନ୍ଦ୍ର ବଦନୀ ।

 

ବକ୍ଷୋଜ ବର୍ତ୍ତୁଳ ନବ ଯୌବନୀ

ସିଂହ କଟି କୃଷୋଦରୀ ରମଣୀ

ନିତମ୍ଵେ ଦୋଳିତ କୁସୁମ ବେଣୀ

କୁଞ୍ଚିତ ଚାରୁ କୁନ୍ତଳା ମୋହିନୀ,ସେ

ଚନ୍ଦ୍ର ମୁଖୀ ଚନ୍ଦ୍ର ବଦନୀ ।

 

ବଧୂଲୀ କୁସୁମ ଓଷ୍ଠ ରଙ୍ଗିନୀ

ଗୋଲାପୀ ଚିବୁକ ଅଙ୍ଗ ଲବଣୀ

ମୁନି ମନୋହର ରୂପ କାମିନୀ

ଅନଙ୍ଗ ଦର୍ପ ଦଳିନୀ ମାନିନୀ,ସେ

ଚନ୍ଦ୍ର ମୁଖୀ ଚନ୍ଦ୍ର ବଦନୀ ।

 

ସଉରଭ ଝରା କି ନିର୍ଝରିଣୀ

ମର୍ତ୍ତ୍ୟ ସରସୀ ଶୋଭିନୀ ପଦ୍ମିନୀ

ଝଲସି ଯାଉଛି ଅବା ଦାମିନୀ

ପୂନେଇ ରାତିର କିବା ଚାନ୍ଦିନୀ

ଚନ୍ଦ୍ର ମୁଖୀ ଚନ୍ଦ୍ର ବଦନୀ, ।


Rate this content
Log in

Similar oriya poem from Romance