STORYMIRROR

Goutam Swain

Tragedy Crime Inspirational

3  

Goutam Swain

Tragedy Crime Inspirational

ଭୋଟ ଆସିଛି

ଭୋଟ ଆସିଛି

1 min
53

ଚିରା ଫଟା ସେହି ପେଣ୍ଟ ପକେଟଟା

ଖିଲି ଖିଲି ହସି କହୁଛି

ଭୋଟ ଆସିଛି ଏବେ ଭୋଟ ଆସିଛି

ଭୋଟ ନାଁରେ ପକେଟକୁ ତାର ନୋଟ ଆସିଛି l


ଶାଗ ପଖାଳର ପେଟକୁ ଆଜି ତା

ମାଉଁସ ଅରୁଚି ଲାଗୁଚି

ଭୋଟ ଆସିଛି ଏବେ ଭୋଟ ଆସିଛି

ଭୋଟ ନାଁରେ ମଦ ମାଂସର ଟେଣ୍ଟ ଆସିଛି l


କେବେ ନ ଦେଖିବା ଆଖି ଦୁଇ ଆଜି

କେଡେ କେଡେ ଲୋକ ଦେଖୁଚି

ଭୋଟ ଆସିଛି ଏବେ ଭୋଟ ଆସିଛି

ଭୋଟ ନାଁରେ ଗାଁ ଗାଁରେ ସେଟ ଆସିଛି l 


ଚୁଲି ଚାଳ ସବୁ ପଛରେ ପକେଇ 

ମାଇପେ ସଭାକୁ ଯାଉଛି

ଭୋଟ ଆସିଛି ଏବେ ଭୋଟ ଆସିଛି

ଭୋଟ ନାଁରେ ନେତାମନ୍ତ୍ରୀ ସାଥେ ମେଟ ଆସିଛି l 


କହି ହଉନି କି ସହି ହେଉ ନାହିଁ 

ଆମ କଥା କିଏ ବୁଝୁଚି

ଭୋଟ ଆସିଛି ଏବେ ଭୋଟ ଆସିଛି

ଭୋଟ ନାଁରେ ଅଳିଆର ଗୋଟେ କୋଟ ଆସିଛି l


Rate this content
Log in

Similar oriya poem from Tragedy