STORYMIRROR

Jhunu Das

Tragedy

3  

Jhunu Das

Tragedy

ଅଧୁରା ସମ୍ପର୍କ

ଅଧୁରା ସମ୍ପର୍କ

3 mins
208

ତାପସ ଗୋଟିଏ ଧନୀ ଘରର ପିଲା ।ଟଙ୍କା ପଇସା କୋଉଥିରେ ଅଭାବ ନାହିଁ।ପରିବାର ରେ ବାପା ମାଆ ତାର ଦୁଇ ଭାଇ ଏବଂ ଦୁଇ ଭଉଣୀ ରୁହନ୍ତି।ହେଲେ ମଧ୍ୟ ତାପସ ମନରେ ଟିକେ ହେଲେ ଗର୍ବ ଅହଂଙ୍କାର ନାହିଁ।ସେ ମାଇନର ସ୍କୁଲରେ ଏବେ ଏବେ ପୋଷ୍ଟିଙ୍ଗ ହୋଇ ଶିକ୍ଷକତା କରୁଛି।ପିଲା ମାନଙ୍କୁ ପଢେଇବାରେ ସେ ଖୁସି ପାଏ।ଆଗରୁ ଯେବେ ସେ ଚାକିରିରେ ନିଯୁକ୍ତି ହୋଇନଥିଲା ଘରେ ପିଲାମାନଙ୍କୁ ଟିୟୁସନ୍ କରେ।ହେଲେ ତାର ପାରିଶ୍ରମିକ ବାବଦକୁ ସେ କିଛି ଟଙ୍କା ନିଏନାହିଁ ।ସେ ଭାବେ ଶିକ୍ଷକତା ଏକ ମହତ୍ବପୂର୍ଣ କାମ ତେଣୁ ସେ ସେହି କାମ ପାଇଁ ଟଙ୍କା ରଖେ ନାହିଁ ମାଗଣାରେ ପଢାଏ।ମାତ୍ର ଏବେ ତାର ପୋଷ୍ଟିଙ୍ଗ ହେବା ପରେ ସେ ସ୍କୁଲରେ ପିଲା ମାନଙ୍କୁ ପଢାଉଛି।ପାଢ ପଢା ସାରି ବହୁତ ଦିନ ଚାକିରି ଖୋଜିବା ପରେ ତାପସ ଶେଷରେ ଚାକିରିଟା ପାଇଗଲା।ଏଥର ଘର ଲୋକଙ୍କର ଚିନ୍ତା ପୁଅର ବୟସ ହୋଇଗଲାଣି ହାତକୁ ଦିହାତ କରିଦେଲେ ଭଲ ହୁଅନ୍ତି।ଏମିତି ଭାବି ଘରେ ତାପସର ବାହାଘର ରିନା ନାମରେ ଗୋଟେ ଝିଅ ସହ କରିଦେଲେ।ରିନା ମଧ୍ୟ ବହୁତ ପାଠ ପଢିଛି ଆଉ ହାଇସ୍କୁଲରେ ଶିକ୍ଷକତା କରୁଛି।ବାହାଘର ପରେ ରିନାକୁ ଆଗ ପରି ଚାକିରି କରିବାକୁ ରିନାର ଶଶୁର ରାଜିହେଲେ ହେଲେ ତାପସ ଟିକିଏ ଅରାଜି ହେଉଥିଲା ।ତାର ଇଛା ଘରର ବଡ ବୋହୂ ପରିବାର ବାପା ମା ଭାଇ ଭଉଣୀ ସମସ୍ତଙ୍କର ଦାୟିତ୍ଵ ଏବେ ରିନା ଉପରେ ସେ ଚାକିରି ନଛାଡିଲେ ସମସ୍ତଙ୍କର ଯତ୍ନ ନେବକିଏ? ହେଲେ ବାପାଙ୍କ କଥାକୁ ତ ଅମାନ୍ଯ କରିପାରିବନି ।ବାପା ଯେତେବେଳେ କହୁଛନ୍ତି ମୋର କିଛି କହିବାର ନାହିଁ।ଏମିତି ପ୍ରତିଦିନ ତାପସ ଆଉ ରିନା ସଖାଳୁ ଉଠି ସେମାନେ ସେମାନଙ୍କ କାମ ସାରି ବା ବେଳକୁ ସେମାନଙ୍କ ଖାଇବା ପ୍ରସ୍ତୁତ ହୋଇ ରହିଥାଏ ଆଉ ସେମାନେ ଖାଇସାରି ବାହାରି ଯାଆନ୍ତି।ତାପସ ପରି ରିନା ମଧ୍ୟ ଡେରିରେ ଉଠେ।ଆଉ ନିଜ କାମ ସାରି ଦେଇ ବାବୁଙ୍କ ପରି ଚାକର ବାକରଙ୍କୁ ଆଦେଶ ଦେଲା ପରି ତାପସର ମାଆଙ୍କୁ ମାନେ ତାର ଶାଶୁଙ୍କୁ ଖାଇବା ଆଣିବାକୁ କୁହେ।ଏସବୁ ତାପସର ହଜମ୍ ହୁଏନି ତାପସ ବେଳେ ବେଳେ ରିନାକୁ ନିଜ ଦାୟିତ୍ଵ ଏବଂ କର୍ତ୍ତବ୍ୟ ବିଷୟରେ ଚେତେଇ ଦବାକୁ ଚାହେଁ।ହେଲେ ତାର ମାଆ ତାର ପାଟିକୁ ବନ୍ଦ କରି ରଖିବା ପରି ତାକୁ ବିରୋଧ କରନ୍ତି।କିଛି ହେଲେ କହିବାକୁ ଦିଅନ୍ତି ନାହିଁ।ଆଉ କୁହନ୍ତି ପାଗେଳାଟା ସିଏ ତା କାମରେ ଚାଲି ଯାଉଛି ତେଣୁ କିଛି କାମ କରିବାକୁ ସମୟ ପାଉନି ।ତାଛଡା ମୁଁ ତ ଏବେ ସବୁକାମ କରି ପାରୁଛି ତେଣୁ ତୋର ବ୍ୟସ୍ତ ସଵାର କିଛି କଥାନାହିଁ।ଏମିତି ମାଆର କଥା ମାନି ତାପସ ଚାହିଁଲେବି କିଛି କହିପାରେନି ଚୁପ ରହେ।ଏମିତି ଚୁପ ରହିବା ଦେଖି ରିନା ଦିନକୁ ଦିନ ଆହୁରି ଗର୍ବି ଓ ଅହଂଙ୍କାରି ପାଲଟି ଯାଉଛି।ଏମିତି ଦିନେ ତାପସ ନିଜ କାମ ସାରି ସ୍କୁଲ ଯିବାକୁ ବାହାରିବା ପାଇଁ ଖାଇବା ହେଲା କି ନାହିଁ ବୁଝିବାକୁ ରୋଷେଇ ଘରକୁ ପସିଗଲା ।ସେଠି ଯାହା ଦେଖିଲା ତାର ମୁଣ୍ଡ ଆଉ ଠିକ୍ ଭାବରେ କାମ କଲାନାହିଁ। ତାପସର ମା ହାତରେ ଖରିକାଟିଏ ଧରି ତଳେ ପଡିଛନ୍ତି।ତାପସ ସଙ୍ଗେ ସଙ୍ଗେ ବଡ ପାଟିଟିଏ କରି ଚିତ୍କାର କରି ସମସ୍ତଙ୍କୁ ଡାକ ପକାଇଲା ।ତାପସର ପାଟି ଶୁଣି ସମସ୍ତ ଯିଏ ଯୋଉଠି ଯେଉଁକାମ କରୁଥିଲେ ସମସ୍ତେ ଆସି ସେଠି ପହଞ୍ଚିଲେ ଆଉ ତାପସର ମାଙ୍କୁ ସମସ୍ତେ ଧରି ନେଇ ଖଟରେ ଶୁଆଇ ଦେଲେ।ଆଉ ପାଣି ଛିଞ୍ଚି ବା ପରେ ତାପସର ମା ହୋସ୍ କୁ ଆସିଲେ ।ସେ ପର୍ଯ୍ୟନ୍ତ ଯାଏ ରିନାର ଦେଖା ନଥାଏ।ତାପସର ପାଟି ଶୁଣି ସମସ୍ତେ ଆସିଲେ ହେଲେ ମହାରାଣୀ କୋଉଠି କଣ କରୁଛନ୍ତି କେଜାଣି।ରିନାର ଅନୁପସ୍ଥିତି ଦେଖି ତାପସ ନିଜ ରୁମ୍ କୁ ଯାଇ ଦେଖେତ ରିନା ଡ୍ରେସିଂଟେବୁଲ ଆଗରେ ବସି ମୁହରେ କଣ ସବୁ ଲଗେଇ ଆଖି ପତାକୁ ବନ୍ଦ କରି ବସିରହିଛି।ତାପସ ସିଧା ଯାଇ ରିନାର ହାତ ଧରି ଟେବୁଲ୍ ଉପରୁ ଟାଣିଆଣିଲା ।ଆଉ କହିଲା ମୁଁ ଏତେ ବଡ ପାଟିରେ ସମସ୍ତଙ୍କୁ ଡାକିବା ସମୟରେ ତମେ କଣ ସେ ଶଦ୍ଦ ଶୁଣି ନଥିଲ?।ରିନା କହିଲା ହଁ ତମେ ତ ଘର ପୋଡିଗଲା ପରି ଏତେ ବଡ ପାଟିରେ ଡାକୁଥିଲ ଶୁଣି ପାରି ବିନି କାହିଁକି ।ତାପସ କହିଲା ଯଦି ଶୁଣି ପାରିଥିଲ ତେବେ ତଳକୁ ଆସିଲନି କାହିଁକି? ରିନା କହିଲା ଦେଖୁଛ ପରା ମୁଁ ଫେସିଆଲ କରିଛି ଆଖିବି ବନ୍ଦ ଅଛି କେମିତି ଯାଇଥାନ୍ତି।ହେଉ କଣ ହୋଇଛି ଏବେ କହିଦିଅ।ରିନାର କଥା ଶୁଣି ତାପସ କହିଲା ଆଜି ତମର ସ୍କୁଲ ଯିବା ଦରକାର ନାହିଁ।ମା'ର ଦେହ ଭଲନାହିଁ ତମେ ଯାଇ ରୋଷେଇ କର ଆଉ ମା ପାଖରେ ରୁହ।ତାପସର କଥା ଶୁଣି ରିନା କହିଲା ଆଜି ମୋର ସ୍କୁଲରେ ଗୋଟେ ଫନ୍କସନ୍ ଅଛି ତେଣୁ ମୁଁ ଆଜି ରହି ପାରିବିନି ।ତାପସ ରିନାର କଥା ଶୁଣି ଗୋଟିଏ ଶକ୍ତ ଚାପୁଡାଟାଏ ମାରିଲା ।ଆଉ କହିଲା ମୋ ମା ଠୁ ଯଦି ତୁମ ଫନ୍କସନ୍ ଟା ଏତେ ବଡ ତେବେ ଯାଅ ଏଠି ରହିବାର କିଛି ଆବଶ୍ୟକତା ନାହିଁ।ରିନା ମଧ୍ୟ ରାଗିଯାଇ ନିଜର ସବୁ ଜିନିଷ ପତ୍ର ଧରି ଘରୁ ବାହାରିଗଲା।

ବହୁତ ଦିନ ବିତିଗଲା ହେଲେ ରିନା ତାର ଜିଦି ସେମିତି ଅଟଳ ରହିଲା ।ଝିଅ ଥରେ ବାହା ହେଇ ଶାଶୁଘର ଯିବା ପରେ ବାପଘରେ ତାର ଆଉ କିଛି ଅଧିକାର ନଥାଏ ।ହେଲେ ରିନା ସେସବୁକୁ ନମାନି ଯାଇ ବାପଘରେ ରହିଲା ।ହେଲେ ସେଠି ମଧ୍ୟ ସେ ତାର ବଡଭାଇ ଭାଉଜଙ୍କ ସହ ଶାନ୍ତିରେ ରହିପାରିଲା ନାହିଁ।ଶେଷରେ କିଛି ଉପାୟ ନପାଇ ସେ ଗୋଟିଏ ଘରଭଡା ନେଇ ଏକୁଟିଆ ରହିଲା।ଏମିତି କିଛିଦିନ ଏକୁଟିଆ ରହିବା ପରେ ସେ ଧିରେ ଧିରେ ତାପସର କଥା ମନେ ପକେଇଲା ।ବାରମ୍ବାର ତାପସ ଆଉ ତାଙ୍କ ପରିବାରର କଥା ତାର ମନେ ପଡୁଥିଲା ହେଲେ ସେ କଣ କରିବ ଗର୍ବ ଅହଁଙ୍କାରରେ ସେ ଅନ୍ଧ ହୋଇ ଯାହା ଭୁଲ କରିଛି ସେଥିପାଇଁ ତାକୁ କେହି କ୍ଷମାକରିବେନି।ସମ୍ପର୍କ ଥାଇବି ସେ ଆଜି ସମ୍ପର୍କଠୁ ବହୁତ ଦୂରରେ।


Rate this content
Log in

Similar oriya poem from Tragedy