STORYMIRROR

Jhunu Das

Fantasy

3  

Jhunu Das

Fantasy

ମୁକ୍ତି

ମୁକ୍ତି

1 min
196

ମନ କହେ ମୁକ୍ତ ଚାରିଣୀ 

ତଟିନି ଟିଏ ପରି କାହିଁ

କେତେ ଦୂର ଉଡି ଯିବାକୁ

ସବୁ ବାଧା ଵନ୍ଧନକୁ ଏଡେଇ

କୁହୁଡିର ଛାତି ଚିରି ଦୂର ଆକାଶକୁ

ଉଡି ଯିବାକୁ

ନଥିବ ଯେଉଁଠି ଭୋଗ ବିଳାଶ

ନଥିବ ଯେଉଁଠି ସଂସାରର

ମୋହ ମାୟାର ଅତୁଟ ବନ୍ଧନ

ମୁକ୍ତ ପବନର ପାଦ ସହ

ପାଦ ମିଶେଇ

ଖୋଲା ଆକାଶର ମନ ସହ

ମନକୁ ମିଶେଇ

ବଞ୍ଚିବାକୁ ଇଛା ହୁଏ ଏକ ମୁକ୍ତିର ଜୀବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy