ଛଳିଆ ଠାକୁର ତୁମେ
ଛଳିଆ ଠାକୁର ତୁମେ
ଏଇ ମୋ ଜଗତର ସବୁ କଥା ଭାବଇ ମୁଁ,
ଭାବୁକ ମଧୁର ଧାରାରେ,
ଚିରନ୍ତନ ସତ୍ୟକୁ ଖୋଜୁଛି, ଧରିଅଛି ଚେତନା
କୁ ଯେଣୁ ଜଡ ଶରୀରେ |୧|
କିଏ କିପରି, କଅଣ ପାଇଁ ଗଢିଛି ଶରୀରକୁ,
ପରିଚୟ ତାର ଖୋଜେ,
ଏହି ଦୁନିଆ ରାସ୍ତାରେ, ଏହା ଯଦି କେ ଜାଣ
କହିବ କି ଟିକେ ସଜେ |୨|
ନାହିଁ ରୋଜଗାର, ଶିକ୍ଷିତ ଯୁବକ ହେଉଛି
ନିରାଶ, ମିଳୁନାହିଁ କାମ,
ଦିଶୁଛି ଅନ୍ଧାର, ଚତୁର୍ଦ୍ଦିଗ ଖୋଜେ, ନିରାଶେ
ହୃଦୟେ ହୁଏ ଭୂମିକମ୍ପ |୩|
କିଏ ବା ବୁଝିବ ତାର ଭୟ ଓ ଆତଙ୍କ, ମନ
ତାହାର ଆଜି କ୍ଷତ ବିକ୍ଷତ,
ଦୁଃଖ ହୃଦୟରେ ଚାଷୀ ଛାଡେ ବଞ୍ଚିବା ମୋହ
ନିଏ ଆତ୍ମହତ୍ୟାର ପଥ |୪|
ପ୍ରତାରଣାରେ, ଭଙ୍ଗା ହୃଦୟରେ ଛାରଖାର
ଜନତାର କେତେ ସପନ,
ଦୁଃଖ ନୈରାଶ୍ୟ ମଧ୍ୟରେ ଅବାଞ୍ଛିତ ପଦକ୍ଷେପ
ନିଏ ସମାଜ ଛିନ୍ନଭିନ୍ନ |୫|
ଅଭାବ ଅକୁହା ବେଦନାରେ ସତ୍ୟପଥ ମଣିଷ
ଗୁମୁରି ଗୁମୁରି କାନ୍ଦୁଛି,
ଅନ୍ଧତ୍ୱ ଭାବନାରେ ଚାଲେ ରକତର ହୋଲି,
ସତ୍ୟତା ଲୁଚି ଯାଉଛି |୬|
ଏହି ଅବସ୍ଥାରେ ଛଳିଆ ଠାକୁରଙ୍କୁ ମୋର ପ୍ରଶ୍ନ
ଗଜ କଲା ତୁମ ସ୍ତୁତି, ଉଦ୍ଧରି ଥିଲ ପରା
ତାହାକୁ ଚକ୍ରଦ୍ୱାରା ନାଶି
ଦ୍ରୌପଦୀ ଡାକିଲା ବୋଲି ଲଜ୍ଜା ନିବାରିଲ
ତା'ର କୋଟି ବସ୍ତ୍ର ପେଶି |୭|
ଶୁଣିଣ ମୃଗୁଣୀର ଆତୁର ପ୍ରାର୍ଥନା ଶତ୍ରୁ
ନାଶ କରି ଉଦ୍ଧରିଲ ସିନା
ସମସ୍ତ ଜନ ସାଧାରଣ ଏ ସଂସାରେ କହନ୍ତି
ସବୁ ପରା ତୁମରି ସର୍ଜନା |୮|
ତୁମେ ବିପଦ ଭଞ୍ଜନ କାହିଙ୍କି ଗରିବର
ଦୁଃଖ ହରିବାକୁ କରୁଛ ମନା
ଦୁଃଖ ନୈରାଶ୍ୟ ମଧ୍ୟରେ ଭକତର ମନେ
ସୃଷ୍ଟି କରୁଅଛ ଖାଲି ନ୍ଦ୍ୱନ୍ଦ ସିନା |୯|
ତୁମକୁ ମୁଁ ଭାବିଥିଲି ପରା ଗରିବ ବାପୁଡାର
ବନ୍ଧୁ ସଖା ରକ୍ଷାକାରୀ
ଛଳିଆ ଠାକୁର ତୁମେ ନହୁଅ ସହାୟ କାରଣ
ସେ କିଛି ନୂହଁ ଧନୀ ପରି |୧୦|
