ବୋଉ
ବୋଉ
1 min
440
ତୋ କୋଳ ଛାଡିବା ପରେ ହିଁ ଦେଖିଛି
ସତ ମିଛର ଏ ଦୁନିଆକୁ
ତୋ ହାତ ଛାଡିବା ପରେ ହିଁ ଜାଣିଛି
ହସ ଲୁହର ଏ ସଂସାରକୁ ।
ତୋ ଡାକ ଶୁଣିବା ପରେ ହିଁ ବୁଝିଛି
ତୋ ଠାରୁ ମଧୁର ନାହିଁ କିିଛି
ତୋ ଛୁଆଁ ପାଇବା ପରେ ହିଁ ଭାବିଛି
ସେଇ ଅନୁଭବ ସବୁକିଛି ।
ତୋ କାନି ଧରିବା ପରେ ହିଁ ଜାଣିଛି
କେତେ ମହତ ସେ ପଣତର
ତୋ ପାଦ ଛୁଇଁବା ପରେ ହିଁ ଲାଗିଛି
ଚଳନ୍ତି ଠାକୁର ତୁ ମୋର ।
ତୋ ବିନା ଜିିିିଇବା ମରିବା ସମାନ
ମାନେ ନାହିଁ କିଛି ଜୀବନର
ତୋ କଥା ଲେଖିବା ପରେ ହିଁ ଭାବୁଛି
ଶଦ୍ଦ ସରିିିିଗଲା ଦୁନିଆର ।