ମାଆ
ମାଆ
ଜନମ ଦେଇଛୁ ରକତ ଦେଇ ମା
କୋଳେଇ ଧରିଛୁ ମୋତେ ।
ସେନେହ ମମତା ଅଜାଡି ଦେଇଛୁ
ମାଆ ତୋର କାନି ପଣତେ ।
କୋଳରେ ବସାଇ ମୋତେ ଦେଖାଇଲୁ
ସୁଖ ଦୁଃଖର ଦୁନିଆକୁ ।
ତୋ ହାତ ଧରି ବୁଲି ମୁଁ ଦେଖିଲି
ହସ ଲୁହର ଜଗତକୁ ।
ସବୁଠୁ ମଧୁର ଡାକଟି ତୋହର
ପରଶ ଚନ୍ଦନ ବିନ୍ଦୁ ।
କାନି ପଣତରେ ଅସୀମ ମହତ
ସେନେହ ସପତ ସିନ୍ଧୁ ।
କି ଅବା ମାଗିବି ତତେ ଆଉ ମା
ଦେଇଛୁ ବଡ ସମ୍ପଦ ।
ଜୀବନ ରୂପକ ଉପହାର ଦେଇ
କରିଛୁ ମତେ ତୁ ଧନ୍ୟ ।
