କରିବାକୁ ହୁଏ
କରିବାକୁ ହୁଏ
ପାଦପେ ଫୁଲ ଫଳ ଆପେ ଆପେ ହୁଏ,
କିନ୍ତୁ ବୃକ୍ଷ ଲଗାଇ ଜାଗ୍ରତ କରିବାକୁ ହୁଏ |
ପୋଷାକ ମଇଳା ଆପେ ଆପେ ହୁଏ,
କିନ୍ତୁ ପୋଷାକକୁ ସଫା କରିବାକୁ ହୁଏ |
ଦୁଃଖ ଜୀବନରେ ଆପେ ଆପେ ଆସେ,
ଆଉ ସୁଖ ଆସିଥାଏ ଅତ୍ୟନ୍ତ ପ୍ରୟାସେ |
ଶରୀରର ସୃଷ୍ଟି ଆପେ ଆପେ ହୁଏ,
କିନ୍ତୁ ଶରୀରର ବୃଦ୍ଧି ଆଉ ଯତ୍ନ କରିବାକୁ ହୁଏ |
ଜ୍ଞାନ ଆପେ ଆପେ ସୃଷ୍ଟି ହୋଇଥାଏ,
କିନ୍ତୁ ଜ୍ଞାନକୁ ପ୍ରସାର ଆଉ ପ୍ରଚାର କରିବାକୁ ହୁଏ |
ଜଳ ଭୁତଳେ ଆପେ ଆପେ ବହେ,
ଭୁତଳ ଜଳ ଖନନ କରି ବାହାର କରିବାକୁ ହୁଏ |
ପବନ ଜଗତରେ ଆପେ ଆପେ ବହେ ,
ହେଲେ ପବନର ଉପଯୋଗ କରିବାକୁ ହୁଏ |
ଲେଖିବାର ଭାବନା ସୃଷ୍ଟି ଆପେ ଆପେ ହୁଏ,
ହେଲେ ଲେଖନୀରେ ଲେଖାଭ୍ୟାସ କରିବାକୁ ହୁଏ |