STORYMIRROR

Sumitra Nayak

Abstract Romance Fantasy

3  

Sumitra Nayak

Abstract Romance Fantasy

ଆଖିରୁ ଆତ୍ମା ଯାଏ

ଆଖିରୁ ଆତ୍ମା ଯାଏ

1 min
576

ଆଖି ରୁ ଆତ୍ମା ଯାଏ, ତୁମ ପ୍ରୀତି ଛନ୍ଦା।

ସେ ପ୍ରୀତି ପିୟୁଷ ପାଇଁ, ମୁଁ ନିତ୍ୟ ତୃଷ୍ଣା।


ତୃଷ୍ଣାର୍ତ୍ତ ଅଟେ ମୁଁ, ତୁମ ପ୍ରେମ ମଧୁର।

ସେ ମଧୁ ଅଟଇ, ସତ୍ୟ ନିଷ୍ଠା ଓ ପ୍ରେମର।


ପ୍ରେମ ଯେ ଅଟଇ , ସତ୍ୟ ଶିବ ସୁନ୍ଦର୍।

କରଇ ସରଳ ଗାର, ଯାତ୍ରା ଜୀବନର ।


କଷ୍ଟ ଭି ତୁମ ସାଥେ ଲାଗେ, ସୁଖଦ କର।

ସବୁ ପରିସ୍ଥିତି ଲାଗେ, ସ୍ଵର୍ଗୀୟ ଅବୋର।


ନାହିଁ ସନ୍ଦେହ ମୋ, ତୁମ ପ୍ରେମ ପ୍ରୀତି ରେ।

ଅଜାଡି ଦେବୀ କି ଖୁସି, ତୁମ ବାହୁ ବନ୍ଧନରେ।


ତୁମ ବାହୁ ବନ୍ଧନ ରେ, ମୋ ତନୁ ବନ୍ଧିତ।

ମୋ ପ୍ରେମ ସଦା, ତୁମ ପାଇଁ ଉତ୍ସର୍ଗିତ।


ନୁହେ ପ୍ରେମ ମୋର, ମାୟା କପଟ ସ୍ଵଭାବର।

ଅନୁଭବ ତୁମେ ସ୍ଵଳ୍ପ, କର ନିରନ୍ତର।


ନିରନ୍ତର ତୁମେ ମୋ, ହୃଦେ ରହିଥିବ।

ତିଳେ ହେଲେ ମୋ ହୃଦ, ନ ପାସୋରିବ।


ଦିନ ଯିବ ମାସ ଯିବ, ବରଷ ବିତିବ।

ହୃଦେ ମୋର, ତୁମ ପ୍ରେମ ସଦା ରହିଥିବ।


ପୁରୁଣା ରେ ଗଭୀରତା, ବଢ଼ଇ ପ୍ରେମର।

ଧୀରେ ଧୀରେ ବନ ତୁମେ, ପ୍ରାଣ ପ୍ରିୟମୋର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract