STORYMIRROR

Mr.GAGAN BIHARI NAYAK

Fantasy

3  

Mr.GAGAN BIHARI NAYAK

Fantasy

କୁଆଁର ପୂନେଇଁ ଜହ୍ନ

କୁଆଁର ପୂନେଇଁ ଜହ୍ନ

1 min
411


କୁଆଁର ପୂନେଇଁ ଜହ୍ନ ଆସେ ଉଇଁ।

ରାତିଟା ଲାଗୁଚି ନୂଆ ।

ଜୋଛନାରେ ଭିଜେ ତୋ ପାଇଁ ସାଥୀ।

ହାତେ ଲେଖିଛି ତୋ'ନାଆଁ ।0।


ବଉଳ ଫୁଲର ବାସ ଚହଟୁଛି ।

କାକର ବୁନ୍ଦାରେ ମୁକୁତା ହସୁଚି ।

ଅଭିଆଡୀ ମନ 

ଚୋରି କରେ ଜହ୍ନ

ମନ ତଳେ ଜାଳେ ନିଆଁ (୧)


ଆଖି ଯାଏ ଲାଖି ଜହ୍ନ ଦେଖି ଦେଖି ।

ରୂପେଲି ଜୋଛନା ମୁହଁରେ ମୋ ମାଖି।

ରୂପାର ସବାରୀ

ଜହ୍ନ ଆସେ ଧରି

ଦେଖି ମନ ଆମାନିଆଁ(୨)


ଆ'ଜହ୍ନ ମୋର ନେଇ ଯା' ମନ।

ମନ ତଳେ ଯେତେ ସାଇତା ସପନ।

ଝୁମି ତୋ ବାହୁରେ

କହିବି କାନରେ

ମିଳୁ ସାଥୀ ଏମିତିଆ (୩)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy