STORYMIRROR

Krishna Mishra

Classics Fantasy

3  

Krishna Mishra

Classics Fantasy

ଶୁଣ ବର୍ଷା

ଶୁଣ ବର୍ଷା

1 min
421


ଶୁଣ ବର୍ଷା!

ଏମିତି ଆଉ ବରଷି ଯାଅନା,

କି ଗାଁ, ଦାଣ୍ଡ ବୁଡ଼ାଇ 

ମାଟି ଘର ଧସାଇ,

ଭସେଇନେବ ସବୁ ବୃକ୍ଷ, ଡାଳ

ଆଉ ଚଢ଼େଇ ବସା....


ବରଷିବ ନାହିଁ ସେଇଠି,

ବହିଯାଏ ଯହିଁ ଅନେକ ନଦୀ,

ଦିଗବଳୟ ଯାଏଁ ପ୍ରସାରିତ ସାଗର,

ତୁମଠୁ କେଇ ଟୋପା ଜଳ ନେଇ  ବାନ୍ଧୁଛି ତୋଫାନ,

ଗ୍ରାସିବାକୁ କେତେ ଯେ ନିରୀହ ଜୀବନ...


ତୁମେ ତ ଖୋଲା ଆକାଶରୁ ବରଷି ଯାଅ,

ବୁଝିବ କେମିତି?

ବନ୍ୟା ବିଭୀଷିକାରେ

ଆତ୍ମୀୟଙ୍କୁ ହରାଇବାର ଅସହାୟତା,

କରୁଣ ଚିତ୍କାର,ଗଳାଫଟା ବିଳାପ ....

ସତରେ କି ତୁମେ ଏତେ ନିଷ୍ଠୁର!

ଦେଖି କି ପାରନା,

ନିର୍ଦ୍ଦୋଷ ଅବୋଧ ମୃତ ଶିଶୁ ଶବର ଅଂଶ ବି ମିଳେନା ଏଠି?

ଶିଳା ଆଘାତରେ ଭଙ୍ଗା ଖେଳନା ପରି ଖଣ୍ଡିତ କୋମଳ ଅଙ୍ଗ!

ଏତେ କ୍ଷତ ବିକ୍ଷତ, ରକ୍ତାକ୍ତ, ବିଭତ୍ସ ,      

କେମିତି ସହ୍ୟ କରିପାର ତୁମେ?

ପୁଣି - 

ସବୁ ଶେଷ ହେବା ପରେ

ମୃତ୍ୟୁର ବିକଟାଳ ଅଟ୍ଟହାସ୍ୟ ଭିତରେ

ନିଜର ଆତ୍ମୀୟଙ୍କୁ ଖୋଜୁଥିବା, ଝୁରି ମରୁଥିବା କିଛି ଜୀବନ୍ତ ଶବକୁ??


ଶୁଣ ବର୍ଷା!

ଏଇ ବର୍ଷ ତୁମେ ବରଷିବ,

ତୃଷାର୍ତ୍ତଟେ ଛଟପଟ ଯହିଁ, ଟୋପାଏ ଜଳ ପାଇଁ,

ନଈ ନାଳ ପୋଖରୀ ଭରିଦେବ,

ଆବାଦ କରି ବିଲ ବନ ପ୍ରାନ୍ତର,

କିଛି ସବୁଜିମା ଜୀବନର....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics