STORYMIRROR

Judhisthir Majhi

Abstract Action Fantasy

3  

Judhisthir Majhi

Abstract Action Fantasy

ଇଣ୍ଟରନେଟ ଯୁଗ ଆସିଛି

ଇଣ୍ଟରନେଟ ଯୁଗ ଆସିଛି

1 min
364

ଇଣ୍ଟରନେଟ୍ ଯୁଗ ଆସିଛି

ମମି ଅଛି ଘରେ 

ବାପା ଅଫିସରେ

          ଭଉଣୀ ହଷ୍ଟେଲରେ

           ଭାଇ ମୁମ୍ବାଇରେ


ଦୂରେ ଦୂରେ ଥାଇ

ଏକତ୍ରିତ ହୋଇ

କଥା ହେବାର ସୁଯୋଗ

ଭିଡିଓ କଲିଂ ଦେଇଛି

            ଇଣ୍ଟରନେଟ ଯୁଗ ଆସିଛି


 ଏ ଜୀବନ ଶୈଳୀ      ସହଜ ସରଳ

          କରି ଦେଇଛି

       ଇଣ୍ଟରନେଟ ଯୁଗ ଆସିଛି

ରାସ୍ତା କଡରେ ଛେଳି ମେଣ୍ଢା ଚରୁଛି

ମେଷ ଜଗୁଆଳୀ ଗଛ ତଳେ ବସିଛି

ସ୍ମାର୍ଟ ଫୋନ ହାତେ ଧରିଛି

ଫ୍ରି ଫାୟାର ଗେମ୍ ଖେଳୁଛି


ବୁଢାଟିଏ ଡିଜେ ଗୀତ ବଜାଇ

ହଲି ହଲି ନାଚି ନାଚି

ଖୁସିରେ ବାଟ ଚାଲୁଛି


    ଇଣ୍ଟରନେଟ ଯୁଗ ଆସିଛି

ଆଜି ପାଣିପାଗ    କେମିତି ରହିବ

       ଜାଣି ହେଉଛି

     ଇଣ୍ଟରନେଟ ଯୁଗ ଆସିଛି


ବଜାର ଅଛି 12 କିମି ଦୂରେ

ଦେଖେ ଅନ୍ ଲାଇନ୍ ରେ

ଯାହା ମନ ପସନ୍ଦ କରେ

ତାହାକୁ ଅର୍ଡର କରେ

ଚାରି ପାଞ୍ଚ ଦିନ ଭିତରେ

ଘର କବାଟ ଠକ ଠକ କରେ


ରୁପିସ୍ ବଞ୍ଚୁଛି

ଟାଇମ୍ ବଞ୍ଚୁଛି

ପେଟ୍ରୋଲ ବଞ୍ଚୁଛି

ମନକୁ ଶାନ୍ତି ମିଳୁଛି

ହେଲେ କାହିଁକି


ଇଣ୍ଟରନେଟ ଯୁଗ ଆସିଛି

ଦର୍ଶନୀୟ ସ୍ଥାନ ଗୁଡିକ କୋଉଠି

ଗୁଗଲ ମେପ୍ସ କହି ଦେଉଛି

ଇଣ୍ଟରନେଟ ଯୁଗ ଆସିଛି


ଭାରି ଭାରି ରୋମାଣ୍ଟିକ୍

ଆଜିକାଲି ଟୋକା ଟୋକି

ଫେସ ବୁକ୍ ଇଷ୍ଟାଗ୍ରାମ୍ ରେ

ଫ୍ରେଣ୍ଡ ରେକ୍ୟୁଏଷ୍ଟ କରୁଛନ୍ତି

ହେଣ୍ଡସମ୍ ବ୍ୟୁଟିଫୁଲ ଡିପି ଦେଖି


କାହିଁକି ନା, 4G 5G ଜମାନା ଚାଲିଛି

  ଇଣ୍ଟରନେଟ ଯୁଗ ଆସିଛି

ସ୍କୁଲ କଲେଜ୍      ବନ୍ଦ୍ ହେଲେବି

      ପାଠ ପଢା ଚାଲିଛି

    ଇଣ୍ଟରନେଟ ଯୁଗ ଆସିଛି


ମୋବାଇଲ୍ ରିଚାର୍ଜ

ଇଲେକ୍ଟ୍ରି ବିଲ୍ ଭଳି

ଟଙ୍କା ପଇସା ଲେଣ ଦେଣ

କରିବାର ସୁବିଧା ମିଳୁଛି

ଇଣ୍ଟରନେଟ ଯୁଗ ଆସିଛି

ଚିଠି ପତର ବଦଳେ ଆଜି


ହ୍ୱାଟ୍ସ ଆପ୍ , ଟେଲିଗ୍ରାମ୍

ମେସେନ୍ଜର, ଇଷ୍ଟାଗ୍ରାମ

ଫେସ ବୁକ୍ , ଟ୍ୱିଟର୍

ଇ ମେଲ୍ ଜି ମେଲ୍ କମାଲ କରୁଛି

ଇଣ୍ଟରନେଟ ଯୁଗ ଆସିଛି


ରୋଷେଇ କେମିତି କରିବା

ସିଲେଇ କେମିତି କରିବା

ଗୁଗଲ ସବୁ କହି ଦେଉଛି

ମନୋରଞ୍ଜନ ପାଇଁ

ଅଡିଓ, ଭିଡିଓ

ସବୁକିଛି ଯୋଗାଇ ଦେଉଛି


     ଇଣ୍ଟରନେଟ ଯୁଗ ଆସିଛି

ଆଜିର ମାନବ     ଚନ୍ଦ୍ର ପୃଷ୍ଠ ଯାଇ

       ସେଲ୍ଫି ନେଉଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract