Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Fantasy

3  

Jayashree Maharana

Fantasy

କାଶତଣ୍ଡି

କାଶତଣ୍ଡି

1 min
389


ଶରତର ଆଗମନେ    ଆମୋଦିତ ମହୀ

ଭୂମିଠାରୁ ଭୂମା ସ୍ୱଚ୍ଛ    ସୁଶୋଭିତ ହୋଇ ।


ଶାଗୁଆ କ୍ଷେତରେ ଆଶା  ଖେଳୁଛି ଲହରୀ

ତୋଫା ଜହ୍ନ ଆଙ୍କିଦିଏ    ପୀରତି ଭଉଁରୀ ।


ଶ୍ଵେତବର୍ଣ୍ଣା କାଶତଣ୍ଡି   ସମୀରଣ ସ୍ପର୍ଶରେ

ନାଚୁଅଛି ପଥଧାରେ   ନଦୀପଠା ଉପରେ ।


ଅପରୁପା ରୂପେ ତା'ର  କରୁଅଛି ବିଭୋର

ମାଆଙ୍କ ସ୍ୱାଗତ ପାଇଁ   ସତେ କି ଅଧିର  ।


ସ୍ୱର୍ଗର ସୁଷମା କାନ୍ତି    ପ୍ରକୃତି ମଣ୍ଡିତ

ଆଲଟ ଚାମର ପାଇଁ   କାଶତଣ୍ଡି ଜାତ ।


ଉଚ୍ଛସିତ ପ୍ରାଣେ ପ୍ରୀତି  ଭକ୍ତି ସମ୍ମୋହନ

ଶୁଭ୍ର ଚାରୁ ଦୃଶ୍ୟପଟ୍ଟ  ଧରିତ୍ରୀ ପ୍ରାଙ୍ଗଣ  ।


ଶାରଦୀୟ ଲଗ୍ନ ମାଆ  ଅବତରି ଆସି

ସୁଖ ସମୃଦ୍ଧି ଭରିବେ   ଦୁର୍ଗତି ବିନାଶି ।



Rate this content
Log in