ଅନଲାଇନ ଆସର
ଅନଲାଇନ ଆସର
ବେଳ ବୁଡିଗଲେ ଦିନ ଚାଲିଯାଏ,
ନୂଆଦିନ ଆସିଥାଏ
ଦିନୁଦିନ ଏଠି ସମୟ ସାଥିରେ,
ସବୁତ ବଦଳିଯାଏ |
ଆଜିର ମାନବ ସବୁପାଇଅଛି,
ଚାଁହୁଥିଲା ସିଏ ଯାହା,
ସବୁ କିଛି ଆଜି ସମ୍ଭବ କରିଛି,
ବିଜ୍ଞାନ ବଳରେ ଆହା |
ଦୂରଦେଶୁ ବାର୍ତ୍ତା ପହଞ୍ଚି ପାରୁଛି,
କ୍ଷଣକରେ ଆଜିସିନା,
ଇଣ୍ଟରନେଟର ସୁବିଧା ପାଇଛି,
ପୂରଣ କରି କାମନା |
ଅଳ୍ପ ସମୟରେ ଟଙ୍କା ପଇସାକୁ,
ପାରୁଛେ ଆମେ ପଠାଇ,
ଆହୁରି ଜିନିଷ କିଣିପାରୁଅଛେ,
ଘରେ ଆମେ ବସିଥାଇ |
ଖାଇବା, ପିନ୍ଧିବା, ଗାଡି, ଘର ଆଉ
ଯାହା ଯାହା ଦରକାର,
ଘରେ ବସି ଆମେ ପାଇବା କରିଲେ,
ଅନଲାଇନ ଅର୍ଡର |
ନିଜ ପସନ୍ଦର ସବୁ ସାମଗ୍ରୀକୁ,
ଅର୍ଡର କରିଦେଲେ,
ସୁରକ୍ଷାର ସହ ମିଳିଯିବ ସବୁ,
ଯିଏବି ଯୋଉଠି ଥିଲେ |
ଅନଲାଇନରେ ବିକଳାଙ୍ଗ ମଧ୍ୟ,
କରିପାରୁଛି ଚାକିରୀ,
ଅନଲାଇନ କାମ ଯୋଗୁ ଆଜି,
ହଟିଛି ଅଧା ବେକାରୀ |
କରୋନା ଆଜି ହାରିଛି, କିନ୍ତୁ
ହାରିନି ମାନବ ଜାତି,
ଅନଲାଇନ ଯୋଗୁଁ ଘରେ ପାଠ ପଢା,
ଅଫିସ କାମ ଚାଲିଛି |
କେତେ ହଇରାଣ ହୋଇଥାନ୍ତା ଆଜି,
ଅନଲାଇନ ଅଫ ଥିଲେ,
କରୋନା ସମୟେ ବହୁ ହନ୍ତସନ୍ତ,
ହୋଇଥାନ୍ତେ ଆମେ ଭଲେ |
ଦୂରେ ଥାଇ ମାଆ ପୁଅକୁ ଦେଖୁଛି,
କଥା ପାରୁଅଛି କହି,
ପାଣିପାଗ ବାର୍ତ୍ତା ଆଗରୁ ଜଣାଇ,
ଦିଏ ସତର୍କ କରାଇ |
ଚନ୍ଦ୍ର ପୃଷ୍ଠ ଆମେ ଦେଖିପାରୁଅଛୁ,
ଘର ମଧ୍ୟେ ବସିଥାଇ,
ପୃଥିବୀର ନାନା ଖବର ଜାଣୁଛୁ,
ଅନଲାଇନରେ ଥାଇ |
ସବୁ ଅଜଣାକୁ ଜଣାଇଦେଉଛି,
ପଚାରିଲେ ଗୁଗୁଲରେ,
ସବୁକାମର ଉପାୟ ବତାଏ,
ସହଜେ ସୁସମୟରେ
ମନୋରଞ୍ଜନ ଓ ଖେଳାକୁଦାନନ୍ଦ,
ସବୁ ମିଳୁଛି ଏଥର,
ସେଥିପାଇଁ ଏବେ ସବୁଠି ପଡିଛି,
ଅନଲାଇନ ଆସର |