Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Fantasy Inspirational Others

3  

Sadananda Sahoo

Fantasy Inspirational Others

ବନ୍ଧୁ

ବନ୍ଧୁ

1 min
373



ସଂପର୍କର ଛିଟା କହେ ନୂଆ କଥା

  ସ୍ନେହଁ ସଦିଚ୍ଛାର ଭାବ 

ବନ୍ଧୁତା ପରଶେ ହସ ଫୁଲ ଫୁଟେ

   ଅନୁଭୂତ ହୁଏ ଗର୍ବ ॥


ସମାଜେ ସୁଲଭ ନିଆରା ସମ୍ବନ୍ଧ

    ବନ୍ଧୁତାର ପରିଭାଷା

ବିପଦ ଆପଦେ ବନ୍ଧୁ ସାହା ହୁଏ

    ସଞ୍ଚାରିତ ହୁଏ ଆଶା ॥


ବନ୍ଧୁମାନେ ନାଇଁ ଜାତିକି ଅଜାତି

   ଅସ୍ପୃଶ୍ୟତା ଭେଦ ଭାବ  

ଉଦାର ସ୍ବଭାବ ବନ୍ଧୁର ହୃଦୟ

   ସୁକଲ୍ଯାଣେ ଆବିର୍ଭାବ ॥


 ହୃଦୟ ଦରଦୀ ବନ୍ଧୁ ସଦା ସାଥୀ

     ରାଜଦ୍ଵାରେ ସମଶାନେ  

ବନ୍ଧୁ ଏକା ଯୁଝେ ସମ୍ପର୍କ ସରାଗେ

    କପଟ ରଖେନି ମନେ ॥


ସର୍ବ କଲ୍ୟାଣରେ  ବନ୍ଧୁ ଯୋଡି ହୁଏ

      ଉତ୍ସର୍ଗୀକୃତ ତା'ଭାବ 

ନିସ୍ଵାର୍ଥପରତା ବାରି ହୋଇ ପଡେ

     ବନ୍ଧୁସତେ ପରଂଦେବ ॥


ସମ୍ପର୍କର ସେତୁ ରଖେ ନାଇଁ କିନ୍ତୁ

    ହୃଦୟ ମିଶ୍ରଣେ ଭାସେ  

ହୃଦୟର ଭାବ କଲ୍ୟାଣ ସଲଗ୍ନ

    ମୁଖେଆଣେ ଚିରହସ  ॥


ଅଭାବ ସ୍ବଭାବ ନିରିଖି ପରଖି

    ବନ୍ଧୁ ଉପନୀତ ହୁଏ

ମୋ ବନ୍ଧୁ ସଙ୍କଟେ ଅଛିତ ନିଶ୍ଚୟେ

    ହୃଦୟକୁ ମୋରଛୁଁଏ ॥


ଜୀବନ ଦର୍ଶନ ବନ୍ଧୁ ନିଦର୍ଶନ

   ହେଜମୋର ସହୋଦର

ବନ୍ଧୁତା ମର୍ଯ୍ୟାଦା ରଖହେ ସର୍ବଦା

    ଝରିବ କଲ୍ୟାଣ ନୀର ॥



Rate this content
Log in

Similar oriya poem from Fantasy