STORYMIRROR

Satyanarayan Prusty

Romance Tragedy Fantasy

3  

Satyanarayan Prusty

Romance Tragedy Fantasy

ଏ ବର୍ଷା ଖୁବ ଜଳାଏ

ଏ ବର୍ଷା ଖୁବ ଜଳାଏ

1 min
201


ଏ ବର୍ଷା ବି ଖୁବ ଜଳାଏ

ସେ ବେସୁରା ମଳୟ ଭଳି

ସ୍ମୃତିର ଜୁଇରେ

ଲାଂଚ୍ଛନା ତୀରେ

ମୋ ନିରବ ଶବଟାକୁ ଅଲିଭା ଅଗ୍ନୀ ବୋଳି ll

ବିତା ଅତୀତଟା ସାଉଁଟିବା ପାଇଁ

ସମୟ ଫରୁଆ ଖୋଲି

ଆପଣା ଇଚ୍ଛାରେ

ସକଳ ଅପେକ୍ଷାରେ

ବାରମ୍ବାର ପୁଣି ଆଘାତରେ ତା'ର ପ୍ରାପ୍ତିକୁ ଦିଏ ଟାଳି ll

ତାର ଶୀତଳତା ଭରା ଛୁଆଁ

ଆଙ୍କେ ମନରେ ମାନସୀ ନାଁ

ସେସବୁ ଘଟଣା

କରେ ବାଟବଣା

ରୋମେ ରୋମେ ରୋମାଞ୍ଚ ତୋଳି

ଏ ବର୍ଷା ବି ଖୁବ ଜଳାଏ

ସେ ବେସୁରା ମଳୟ ଭଳି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance