ପୁଣି ଶରତ ଆସିଛି
ପୁଣି ଶରତ ଆସିଛି
1 min
255
ଗୋଟାଏ ବର୍ଷର ପ୍ରତୀକ୍ଷା ପରେ
ପୁଣି ଶରତ ଆସିଛି
ସହର ନଗର ପଥ ପ୍ରାନ୍ତର
ପାର୍ବଣ ପାର୍ବଣ ବାସୁଛି
ଗୋଟାଏ ବର୍ଷର ପ୍ରତୀକ୍ଷା ପରେ
ପୁଣି ଶରତ ଆସିଛି ll
ଅନେକ ଦିନ ବିତିଯିବା ପରେ
ବିଲେ କାଶତଣ୍ଡୀ ଫୁଟିଛି
ପୂରୁବ ଦିଗର ନିର୍ମଳ ଆକାଶେ
ଧଳା ମେଘଖଣ୍ଡ ଉଠିଛି
ଗୋଟାଏ ବର୍ଷର ପ୍ରତୀକ୍ଷା ପରେ
ପୁଣି ଶରତ ଆସିଛି ll
ସବୁଥର ପରି ଏଥରବି କାଶତଣ୍ଡୀ
ଅଭିମାନ କିଛି ବୁଣିଛି
ଦିନ କେଇଟାରେ ରୁତୁ ଫେରିଯିବ
ଆଜିଠୁ ସବୁ ସେ ଜାଣିଛି
ସେଇଥିପାଇଁତ ଶରତ ଏସନ
ମାସେ ଅଧିକା ଆୟୁଷ ଆଣିଛି ll
ବରଷା ରୁତୁଟା ବିତିଯିବା ପରେ
ସଫା ଆକାଶରେ ଜହ୍ନ ହସୁଛି
ପାହାନ୍ତି ପହିଲି ଶିଶିର ଛୁଆଁରେ
ଝରା ଶେଫାଳିଟା ଅଧିକା ରଙ୍ଗୀନ ଦିଶୁଛି
ଗୋଟାଏ ବର୍ଷର ପ୍ରତୀକ୍ଷା ପରେ
ପୁଣି ଶରତ ଆସିଛି ll
