STORYMIRROR

Satyanarayan Prusty

Romance

3  

Satyanarayan Prusty

Romance

ଦିଗନ୍ତ ଶେଷେ

ଦିଗନ୍ତ ଶେଷେ

1 min
183


ଦିଗନ୍ତ ଶେଷେ ସ୍ୱପ୍ନିଳ ବେଶେ

କେହିଜଣେ ପ୍ରତିକ୍ଷିତ ମିଳନ ଆସେ,

ଦର୍ଶନ ପାଇଁ ନୟନ ଦୁଇ

ଜାଗ୍ରତ କେଜାଣି କେତେ ବରଷେ ll

ସୁରୁଜ ହସେ ଜହ୍ନ ବି ରୁଷେ

ଉଆଁସ ଯାଇ ବି ପୂର୍ଣ୍ଣମୀ ଆସେ,

ପ୍ରତୀକ୍ଷା ସୀମା ସରେନି ଜମା

ତଥାପି ପ୍ରେୟସୀ ମନ ତରେସେ ll

କଳ୍ପନା ଭାସେ ସପନ ଦେଶେ

ସମୟ ଶୂନ୍ୟତା ସୁଅରେ ମିଶେ, 

ପରସ ପାଇଁ ହରଷ ତା'ର

ମରୀଚିକା ପରି ଦୁରକୁ ଭାସେ ll

ସବୁ ପରାସ୍ତ ପରେ ବି ତା ଓଠ ହସେ

ସତେକି ଲକ୍ଷ୍ୟଟା ପାଖରେ ଦିଶେ,

ଦିଗନ୍ତ ଶେଷେ ସ୍ୱପ୍ନିଳ ବେଶେ

କେହିଜଣେ ପ୍ରତିକ୍ଷିତ ମିଳନ ଆସେ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance