Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

ବୀରେନ୍ କୁମାର ବେହେରା

Fantasy Inspirational Children

3  

ବୀରେନ୍ କୁମାର ବେହେରା

Fantasy Inspirational Children

ଦାୟିତ୍ୱବାନଟେ ହୁଅ

ଦାୟିତ୍ୱବାନଟେ ହୁଅ

1 min
404


ଜୀବନଟା ଆମ ଦାୟିତ୍ୱରେ ଭରା,

ସେଥି ପ୍ରତି ଦେବା ଧ୍ୟାନ ।

ସମସ୍ତ ଦାୟିତ୍ବ ଯିଏ କରେ ପୂର୍ଣ୍ଣ,

ସିଏ ଏକା ଭାଗ୍ୟବାନ।।

ଦାୟିତ୍ୱ ବିନା କି ଆମ ଜୀବନଟା,

ଲଭିପାରେ ଆତ୍ମତୃପ୍ତି ?

ନ୍ୟସ୍ତ ଦାୟିତ୍ୱଟି କରିଲେ ସଂପୂର୍ଣ୍ଣ,

ମିଳିଥାଏ ବହୁ ଶାନ୍ତି ।।

ଭରସାଯୋଗ୍ୟଙ୍କୁ ଦିଆଯାଇଥାଏ,

ଦାୟିତ୍ୱ ଯେ କିଛି କିଛି ।

ସେ ସବୁ ଦାୟିତ୍ୱ ହୋଇଲେ ପୂରଣ,

ଚିନ୍ତା ହୁଏ ମନୁ ପୋଛି ।।

ଦାୟିତ୍ୱ ଆମକୁ ଶିକ୍ଷା ଦେଇଥାଏ,

ହେବାକୁ କର୍ମ ତତ୍ପର ।

ଦାୟିତ୍ୱ ଯୋଗୁଁ ହିଁ ଆମ ଜୀବନଟା,

ଲାଗଇ ବହୁ ମଧୁର ।।

ଦାୟିତ୍ୱହୀନ ହିଁ ଏଇ ସମାଜରେ,

ହୁଅଇ ଅବହେଳିତ ।

ଦାୟିତ୍ୱ କୁ ଭୁଲି ଯେ କରଇ କର୍ମ,

ହୁଏ ପରା ସେ ଲାଞ୍ଛିତ ।।

ତେଣୁ ସମାଜରେ ଖ୍ୟାତି ରଚିବାକୁ,

ଦାୟିତ୍ୱବାନଟେ ହୁଅ ।

ସଠିକ୍ ରୂପରେ ଦାୟିତ୍ୱ ତୁଲାଇ,

ସଭିଙ୍କ ପ୍ରଶଂସା ପାଅ ।।



Rate this content
Log in

More oriya poem from ବୀରେନ୍ କୁମାର ବେହେରା

Similar oriya poem from Fantasy