STORYMIRROR

Priyabrata Mohanty

Children Stories Fantasy Inspirational

3  

Priyabrata Mohanty

Children Stories Fantasy Inspirational

ଛନ୍ଦହୀନ ଜୀବନ

ଛନ୍ଦହୀନ ଜୀବନ

1 min
238

ଜୀବନ ଗୋଟେ ଗହନ ବନ,

ଚାଲେ ସୁଗମ ହେଲେ ଛନ୍ଦହୀନ !!


ଛନ୍ଦରେ ଛନ୍ଦି   ବନ୍ଦୀ ସେ ଆଜି,

ମୋହ ମାୟାରେ   ହୋଇଛି ଅଧିନ,

କାମନା ବାସନା   ପୂରଣ ହେତୁ,

ସପନ ଦେଖେ   ସଦା ରଙ୍ଗୀନ,


ଧନ ଉପାର୍ଜନ   କରିବା ହେତୁ,

ନିଜକୁ ନିଜେ   କରେ ପରାଧୀନ ।। ୧ ।।


ଇର୍ଷା କ୍ରୋଧ ନ   କର ଅହଂକାର,

ନମ୍ର ମଧୁର   କର ନିଜ ସ୍ୱର,

ପୂଜକ ତୁହି   ଶରୀର ମନ୍ଦିର,

କରିବୁ ସେବା   ଯୋଡି ଦୁଇ କର,


ପଞ୍ଚ ଭୂତରୁ   ଜାତ ସବୁ ଜନ,

ପଞ୍ଚଭୂତେ   ସର୍ବେ ହେବେ ଲୀନ ।। ୨ ।।


ଧର୍ମ ଉପରେ   ରହିଲେ ଆସ୍ଥା,

ମିଳଇ ସଳଖ   ଚାଲିବା ରାସ୍ତା,

ସରଳ ଜୀବନ   ଉତ୍ତମ ଚିନ୍ତା,

ସଫଳ ମାନବର   ଅଟେ ବାର୍ତା,


ଜନ୍ମ ମରଣ   ଖେଳ ଦୁଇ ଦିନ,

ବେଳ ଥାଉ ପୁଣ୍ୟ   କର ଅର୍ଜନ ।। ୩ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍