STORYMIRROR

Kali Kumar

Tragedy Classics Fantasy

3  

Kali Kumar

Tragedy Classics Fantasy

ମେଘ ତୁ ବରଷି ଯା'

ମେଘ ତୁ ବରଷି ଯା'

1 min
305

ବିଦଗ୍ଧ ମାଟିର ତୃଷ୍ଣା

ଉଦ୍ବେଳିତ କବିର କାମନା

ଅବହେଳିତ କୃଷକର ଆଶା

ବେଙ୍ଗ-ବେଙ୍ଗୁଲିର ନିଶା ହୋଇ

ମେଘ ତୁ ବରଷି ଯା' ।।

ତୁ ବରଷି ଯା'

ଅମୃତମୟ ଧାରାଟେ ହୋଇ

ଅମୀୟତାର ପରଶ ଦେଇ

ମାଟି ପାଇଁ ଆକାଶର ସମ୍ବାଦ ନେଇ

ବିରହୀ ପ୍ରେମିକାର ଭାବନା ହୋଇ

ମେଘ ତୁ ବରଷି ଯା' ।।

ମାଟିର ନୁଖୁରା ଫୁଙ୍ଗୁଳା ଦେହ ପାଇଁ

ସବୁଜିମାରେ ସୁସଜ୍ଜିତ ବସ୍ତ୍ର ହୋଇ

କ୍ଷେତରେ ହଳୁଆ ଗୀତଟେ ହୋଇ

ସଭିଙ୍କ ମନକୁ ଯା' ତୁ ମୋହି

ଶୁଷ୍କତାରେ ଆଦ୍ରତା ବହି

ମେଘ ତୁ ବରଷି ଯା'

ଶୁଷ୍କତାରେ ଆଦ୍ରତା ବହି ।।

ଉନ୍ମୁକ୍ତ ଆକାଶର ବକ୍ଷକୁ ଛାଡ଼ି

ଶୀତଳତାର କୁନି ପାଦକୁ କାଡ଼ି

ତୁ ବରଷି ଯା', ଛିନ୍ନ କରି

ଧୂମ୍ରାଭ ଗଗନର ଧୂମିଳ ବେଢ଼ି

ମେଘ ତୁ ବରଷି ଯା'

ଉନ୍ମୁକ୍ତ ଆକାଶର ବକ୍ଷକୁ ଛାଡ଼ି ।।

ଖୋଲିଦେ ଆଶାର କୁହୁକ ପେଡ଼ି

ତୋ ସ୍ନେହେ ଜଗତ ଯାଉରେ ବୁଡ଼ି

ଶୀତଳତାର କୁନି ପାଦକୁ କାଡ଼ି

ସଙ୍ଗତେ ଚପଳା ଓ ଘଡଘଡି

ମେଘ ତୁ ବରଷି ଯା'

ଉନ୍ମୁକ୍ତ ଆକାଶର ବକ୍ଷକୁ ଛାଡ଼ି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy