STORYMIRROR

ARUN MAHAPATRA

Fantasy

3  

ARUN MAHAPATRA

Fantasy

ସଭ୍ୟ ଆମେ

ସଭ୍ୟ ଆମେ

1 min
197

ସଭ୍ୟ ଆମେ ପରା ବାହାଘରେ ଆମ

ଶହେ ଆଇଟମ ହୁଏ

ଅଧାରୁ ଅଧିକ ବଳିଯାଏ ଆମ

ପାଖ ନର୍ଦ୍ଦମାକୁ ଯାଏ।

ବୃଦ୍ଧ ପିତାମାତା ଭୋକରେ ଶୁଅନ୍ତି

କୁକୁର ଖାଏ ଚିକେନ

ସେମାନଙ୍କ ପାଇଁ ପିନ୍ଧା ଲୁଗା କଷ୍ଟ

ସେନେହ ସାତ ସପନ।

ଭିକାରୀକୁ ଭିକ ଦେବା ପାଇଁ ହେଲେ

କହୁ ନାହିଁ ତ ଖୁଚୁରା

ହୋଟେଲରେ ଖାଇ ଟିପ୍ସ ଦେବା ପାଇଁ

ପର୍ଷ ଆମ ଥାଏ ଭରା।

ଚାକରାଣୀ ଆମ ଗୋଟେ ଦିନ ପାଇଁ

ନେଇ ପାରେ ନାହିଁ ଛୁଟି

ମାଲିକାଣୀ କିନ୍ତୁ ଚା କପେ ପାଇଁ

କହିଲେ କରନ୍ତି ପାଟି।

ରୂପଟି ଅଟଇ ଡଉଲ ଡାଉଲ

ପିନ୍ଧୁ କିନ୍ତୁ ଚିରା ଫଟା

ଦେହ ଦିଶୁଥିବା ଲୁଗା ପିନ୍ଧିବା ହିଁ

ଆଧୁନିକତାର ଛିଟା।

ଜିନ୍ ପ୍ୟାଣ୍ଟ ଆମ ଭାଙ୍ଗୁ ନାହିଁ ବସି

ଖାଇବା ପାଇଁ ପଙ୍ଗତେ

ଥାଳି ଧରି ଧରି ମାଗି ଖାଇବାରେ

କେତେ ଖୁସି ଲାଗେ ସତେ।

ବାପାଙ୍କୁ ଡାକୁଛି ଡାଡି ବୋଲି ଆଉ

ମା'କୁ ଡାକୁଛୁ ମମି

ଘରେ ଚାଳୁଥାଉ ଚପଲକୁ ମାଡ଼ି

ପାଦେ ଲାଗେ ନାହିଁ ଜମି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy