STORYMIRROR

Krishna Mishra

Romance Fantasy

3  

Krishna Mishra

Romance Fantasy

ତୁମେ କୁହ

ତୁମେ କୁହ

1 min
208


       ତୁମେ କୁହ.........

  ମୋ ଘନ କୃଷ୍ଣ କେଶ, ବାଦଲକୁ ଘୋଡେ଼ଇ ଦିଏ!

   ମୋ ଆଖିର ପଲକ ଖୋଲିଲେ,

         ଉଷାର ଆଭାସ ହୁଏ!

   ବନ୍ଦ କଲେ ମୋ ଆଖି, 

         ଭରି ଯାଏ ନଦୀ ଓ ସାଗର......

   ଗଭାରେ ମୁଁ ଖୋସିଛି, ଅନେକ ତାରା ଫୁଲ।

  ମୋ ହାତ ପାପୁଲିରେ ସୂର୍ଯ୍ୟର ଲାଲିମା,

   ମୋ ଅଙ୍ଗେ ଅଙ୍ଗେ ରହିଛି ମଧୁରିମା,

      ପଣତରେ ମୋ ସମୀରର ମହକ,

    ଆଳାପରେ କୋଇଲିର କୁହୁକ।

        ତୁମେ ପୁଣି କୁହ,

 ମୁଁ ହସିଲେ କୁଆଡ଼େ, ଫୁଟିଉଠେ ଅନେକ କଳିକା!

 ଆଖି ଲୁହରେ ମୋ ଭାସିଯାଏ, ଏ ଧରଣୀ ସାରା!!

   ଆଉ ମୁଁ ଯଦି ନ ଥାଏ ତୁମ ଜୀବନରେ,

   ହୃଦୟ ତୁମ, ଶ୍ବାସ ରୁଦ୍ଧ ହୁଏ !!

      ତେବେ ସତରେ କି, ଏ ସୃଷ୍ଟି ଚାଲେ

         ମୋ ଇଙ୍ଗିତରେ ?

        


రచనకు రేటింగ్ ఇవ్వండి
లాగిన్

Similar oriya poem from Romance