ତମ ଲକ୍ଷ୍ମୀପାଦ ଚିହ୍ନ
ତମ ଲକ୍ଷ୍ମୀପାଦ ଚିହ୍ନ
ଲବଣୀ ପିତୁଳା
ବିଂଶ ବୟସୀ
କିଏ ଆଗୋ ତମେ
ରୂପେଲି ନୀରେ
ମୁଁ ଦେଖୁଛି ତମେ
ସ୍ନାହାନ କରୁଛ
ଆକାଶ ଗଙ୍ଗାର
ଅମିୟ ଝରେ
ଓଦା ଅଞ୍ଚଳ ତମର
ଏବେ ଜଡିଯିବ
ତମ ଗୋରା ଦେହ
ସ୍ଥାପତ୍ୟ ପରେ
ମୁଁ ଦେଖୁଛି ତମ
ଝୀନ ବସନ ଉଡୁଛି
ଅଦେଖା ତାରାଙ୍କ
କନକ ପୁରେ
ତୁଠ ପଥରରେ
ତମ ଲକ୍ଷ୍ମୀପାଦ ଚିହ୍ନ
ଅଲିଭା ରହିବ
ମୋ ପାଇଁ ସଖି
ତମ ପଦ୍ମପାଦେ
ଲକ୍ଷେ ଚୁମ୍ୱନ
ବାଢିଦେଲି ,
ଦଶ ଦିଗପାଳ ସାକ୍ଷୀ l