ମନୋଇ ମାନସୀ
ମନୋଇ ମାନସୀ
ଅନ୍ଧାରକୁ ସିଏ ଭଲପାଏ ବୋଲି
ଅନ୍ଧାରେ ରହିବା ମୁଁ ଶିଖିଗଲି
ସୂର୍ଯ୍ୟ ଚନ୍ଦ୍ର ତାରା ଖଦ୍ୟୋତ ସଭିଙ୍କୁ
ଲୁଚିଯିବା ପାଇଁ ମୁଁ କହିଥିଲି।
ଚତୁରୀ ଚପଳା ଭାରି ଅମାନିଆ
କହିବାର କଥା ମାନିଲା ନାହିଁ
ଚମକେଇ ଦେଲା କ୍ଷଣିକ ପ୍ରଭାରେ
ଆଲୁଅରେ ଭରିଗଲା ଏ ମହୀ
ରୁଷିଗଲା ପ୍ରିୟା କହିଲାନି କଥା
ଫୁଲେଇ ରହିଲା ସୁନ୍ଦର ମୁହଁ
ବଡ଼ ବିଷମ ଏ ପରିସ୍ଥିତି ହେଲା
କି କରିବି ଏବେ ମୋତେ ତ କୁହ
ଭାରି ମନେଇ ମୋ ସୁନ୍ଦରୀ ମାନସୀ
କ୍ଷଣକ୍ଷଣକରେ କରେ ସେ ମାନ
ତା ମାନ ଭାଙ୍ଗିବା କାଠିକର ପାଠ
ଘୁରିଯାଏ ମଥା ବିକଳ ମନ।

