STORYMIRROR

Banabihari Mishra

Romance

3  

Banabihari Mishra

Romance

ମନୋଇ ମାନସୀ

ମନୋଇ ମାନସୀ

1 min
168

ଅନ୍ଧାରକୁ ସିଏ ଭଲପାଏ ବୋଲି

ଅନ୍ଧାରେ ରହିବା ମୁଁ ଶିଖିଗଲି

ସୂର୍ଯ୍ୟ ଚନ୍ଦ୍ର ତାରା ଖଦ୍ୟୋତ ସଭିଙ୍କୁ

ଲୁଚିଯିବା ପାଇଁ ମୁଁ କହିଥିଲି।


ଚତୁରୀ ଚପଳା ଭାରି ଅମାନିଆ

କହିବାର କଥା ମାନିଲା ନାହିଁ

ଚମକେଇ ଦେଲା କ୍ଷଣିକ ପ୍ରଭାରେ

ଆଲୁଅରେ ଭରିଗଲା ଏ ମହୀ


ରୁଷିଗଲା ପ୍ରିୟା କହିଲାନି କଥା

ଫୁଲେଇ ରହିଲା ସୁନ୍ଦର ମୁହଁ

ବଡ଼ ବିଷମ ଏ ପରିସ୍ଥିତି ହେଲା

କି କରିବି ଏବେ ମୋତେ ତ କୁହ


ଭାରି ମନେଇ ମୋ ସୁନ୍ଦରୀ ମାନସୀ

କ୍ଷଣକ୍ଷଣକରେ କରେ ସେ ମାନ

ତା ମାନ ଭାଙ୍ଗିବା କାଠିକର ପାଠ

ଘୁରିଯାଏ ମଥା ବିକଳ ମନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance