STORYMIRROR

Niranjan Sahu

Fantasy

3  

Niranjan Sahu

Fantasy

ମହାସୁଖ

ମହାସୁଖ

1 min
29

ଝିଅଟେ ଆସିଲା ପାଖରେ ବସିଲା     

ଚୁପି ଚୁପି କାନେ କହିଲା

ଗାଲକୁ ମୋହର ଟିକିଏ ଚିମୁଟି 

ମୁରୁକି ମୁରୁକି ହସିଲା


ତାର ହସ ଦେଖି ମନ ଗଲା ଲାଖି

ମନ କଁନ କଁନ ହୋଇଲା

ମନକଥା ମୋର କହିଲା ବେଳକୁ

ଟ୍ରିଙ୍ଗ ଟ୍ରିଙ୍ଗ ଟ୍ରିଙ୍ଗ ବାଜିଲା


ନିଦ ଭାଙ୍ଗିଗଲା ଝିଅ ଚାଲିଗଲା

ଆଲରାମ ଯେବେ ବାଜିଲା

ସ୍ୱପ୍ନର କଥା ସ୍ୱପ୍ନରେ ରହିଲା

ମନରେ ନିରସ ପଡିଲା,,


ସ୍ୱପ୍ନର ରାଣୀକୁ କେତେଯେ ଖୋଜିଲି

କେଉଁଠି ତାକୁ ନ ପାଇଲି

ମନ ତ ଦେଇଛି ସ୍ୱପ୍ନର ରାଣୀକୁ

ନିରସ ମନରେ ରହିଲି.....


ସପନର ରାଣୀ ସପନେ ହଜିଲା

ସପନ ରାଇଜେ ଖୋଜିଲି

ସପନ ଯେ କେବେ ସତ ହୁଏନାହିଁ

ପ୍ରକୃତ ପ୍ରମାଣ ପାଇଲି.....


ଶୋଇ ଶୋଇ ଯେଉଁ ସ୍ୱପ୍ନ ଦେଖାଯାଏ

ତାକୁ ସ୍ୱପ୍ନ କୁହାଯାଏନା

ପ୍ରକୃତ ସ୍ୱପ୍ନ ତ ତାହା ହୋଇଥାଏ

ଯାହା ଶୋଇ ବାକୁ ଦିଏନା.....


ଶୋଇ ଶୋଇ ଯିଏ ସ୍ୱପ୍ନ ଦେଖୁଥାଏ

ସିଏ ଅଟେ ଅଳସୁଆ

ଭବିଷ୍ୟତ ସ୍ୱପ୍ନ ପାଇଁ ଯିଏ କର୍ମ କରେ

ସିଏ ଅଟେ କାମିକିଆ.....


ଶୋଇ ଦେଖିଥିବା ସ୍ୱପ୍ନ ଦେଇଥାଏ

ଜୀବନରେ ଖାଲି ଦୁଃଖ

ଜୀବନ ଗଢିବା ସ୍ୱପ୍ନ ଦେଇଥାଏ

ଜୀବନରେ ମହାସୁଖ....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy