STORYMIRROR

Sunanda Mohanty

Classics Fantasy Others

4  

Sunanda Mohanty

Classics Fantasy Others

ଲୁହ

ଲୁହ

1 min
421

ଚିକମିକ ଦୁଇଟୋପା ମୋତି 

ବହିଯାଏ ନଈ ପରି ନାହିଁ ତାର ଇତି 

କେବେ ପିଏ ଓଠ ତାକୁ କେବେ ପଣତରେ ସ୍ମୃତି 

ଢଳଢଳ କଳକଳ ମଧୁଝରା ପ୍ରୀତି 

ଧନୀ ଗରୀବର ଭେଦ ଦେଖେନା ସେ ମୋତି 

ଝରିବାର ଫରକ କେବଳ ପରିସ୍ଥିତି 

କେବେ ପୁଣି ବହିଯାଏ ଦେଖି ହାରଜିତ 

ମାଆ ଆଖିରୁ ଝରିଲେ ମମତାର ମୋତି 

ବାପାଙ୍କ ଆଖିରୁ ଝରିଲେ ଦିଶେନାହିଁ ସମ୍ପ୍ରତି 

ଭଉଣୀ ଆଖିରୁ ଝରିଲେ ପ୍ରୀତିର ସେ ମୋତି 

ଭାଇ ଆଖିରୁ ଝରିଲେ ସମ୍ପର୍କରେ ଭୀତି 

ସିଏ କେମିତି କେଜାଣି ଏମିତି 

ଆଖିର ନା ମନର କରାମତି, ବୁଝି ହୁଏନା ସମ୍ପ୍ରତି 

ପ୍ରେମିକା ଆଖିରୁ ଝରେ କେବେ ଯଦି ଥାଏ ମିଠା ପ୍ରତିଶ୍ରୁତି 

ପୁଣି କେବେ ସାମ୍ପ୍ରତ୍ତିକ ପରିସ୍ଥିତି ଦେଖାଏ କରାମତି 

କେବେ କେବେ ସେ ଦୁଇ ଟୋପା ଅବୁଝା ତା ପ୍ରୀତି 

ସତରେ ତାକୁ ନେଇ ଗୀତ କବିତା ଓ କେତେ ଗୀତି 

ଅଞ୍ଚଳରେ ଧରୁ ଧରୁ ଗଡିଯାଏ ହୋଇ କେବେ ସ୍ମୃତି 

ଘର ତାର ନୟନର ନିବୃତ କୋଠରୀର ସଞ୍ଜବତୀ 

ଜଳୁଥାଏ ଦିକ ଦିକ ଗଡୁଥାଏ କେବେ କେବେ ପି ରସ ଭକ୍ତି 

ନାହିଁ କି ନଥିଲା ତା ପରିସମାପ୍ତି, ଅନେକରେ ଏକ 

ମୋତି ଝରା ଇତି, ଝରିଆସେ ସ୍ୱତଃ ଦେଖି ଶେଷ ପରିଣତି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics