ଲୁହ
ଲୁହ
ଚିକମିକ ଦୁଇଟୋପା ମୋତି
ବହିଯାଏ ନଈ ପରି ନାହିଁ ତାର ଇତି
କେବେ ପିଏ ଓଠ ତାକୁ କେବେ ପଣତରେ ସ୍ମୃତି
ଢଳଢଳ କଳକଳ ମଧୁଝରା ପ୍ରୀତି
ଧନୀ ଗରୀବର ଭେଦ ଦେଖେନା ସେ ମୋତି
ଝରିବାର ଫରକ କେବଳ ପରିସ୍ଥିତି
କେବେ ପୁଣି ବହିଯାଏ ଦେଖି ହାରଜିତ
ମାଆ ଆଖିରୁ ଝରିଲେ ମମତାର ମୋତି
ବାପାଙ୍କ ଆଖିରୁ ଝରିଲେ ଦିଶେନାହିଁ ସମ୍ପ୍ରତି
ଭଉଣୀ ଆଖିରୁ ଝରିଲେ ପ୍ରୀତିର ସେ ମୋତି
ଭାଇ ଆଖିରୁ ଝରିଲେ ସମ୍ପର୍କରେ ଭୀତି
ସିଏ କେମିତି କେଜାଣି ଏମିତି
ଆଖିର ନା ମନର କରାମତି, ବୁଝି ହୁଏନା ସମ୍ପ୍ରତି
ପ୍ରେମିକା ଆଖିରୁ ଝରେ କେବେ ଯଦି ଥାଏ ମିଠା ପ୍ରତିଶ୍ରୁତି
ପୁଣି କେବେ ସାମ୍ପ୍ରତ୍ତିକ ପରିସ୍ଥିତି ଦେଖାଏ କରାମତି
କେବେ କେବେ ସେ ଦୁଇ ଟୋପା ଅବୁଝା ତା ପ୍ରୀତି
ସତରେ ତାକୁ ନେଇ ଗୀତ କବିତା ଓ କେତେ ଗୀତି
ଅଞ୍ଚଳରେ ଧରୁ ଧରୁ ଗଡିଯାଏ ହୋଇ କେବେ ସ୍ମୃତି
ଘର ତାର ନୟନର ନିବୃତ କୋଠରୀର ସଞ୍ଜବତୀ
ଜଳୁଥାଏ ଦିକ ଦିକ ଗଡୁଥାଏ କେବେ କେବେ ପି ରସ ଭକ୍ତି
ନାହିଁ କି ନଥିଲା ତା ପରିସମାପ୍ତି, ଅନେକରେ ଏକ
ମୋତି ଝରା ଇତି, ଝରିଆସେ ସ୍ୱତଃ ଦେଖି ଶେଷ ପରିଣତି l