ସୂର୍ଯ୍ୟମୁଖି ଓ ରାଜନିଗନ୍ଧା
ସୂର୍ଯ୍ୟମୁଖି ଓ ରାଜନିଗନ୍ଧା
1 min
361
ସୂର୍ଯ୍ୟମୁଖିର
ସକାଳ ଲପନେ
କଅଁଳ ସୂରୁଜ ରେଖା
ରାଜନୀଗନ୍ଧାର
ନିଶିଥିନୀ ଅଂକେ
ବିଧୂର ଚନ୍ଦ୍ର ପ୍ରଣୟ ଶିଖା
ସୂର୍ଯ୍ୟ ନଇଁଲେ
ସୂର୍ଯ୍ୟମୁଖି ଝୁରେ
ରୌଦ୍ର ପରଶ ପାଇଁ
ଉଷା ଆଗମନେ
ନିଶି ଗନ୍ଧା ଝୁରେ
ଚାନ୍ଦ୍ର ଚୁମ୍ୱନ ପାଇଁ
ତମେ ସୂର୍ଯ୍ୟମୁଖି
ହଳଦୀ ବସନା
ତମ ଲପନେ
ମୋ'ରି ଚିହ୍ନ
ତମେ ରାଣୀ
ମୋ ରାଜନିଗନ୍ଧା
ତମ କୋଳେ
ମୁଁ ପ୍ରଣୟୀ ଜହ୍ନ ......
****