ମନେ ପଡେ ମୋର
ମନେ ପଡେ ମୋର
ମନେ ପଡେ ମୋର ପିଲାଦିନ କଥା
ଅହ ରହ ଅନୁକ୍ଷଣେ
କେତେ କେତେ ଭାବ ଧାରା ଅଭିନବ
ମୋର ମାନସ ଅଙ୍ଗନେ ।
ଉଙ୍କି ମାରି ମାରି ଖେଳେ ବୁଲି ବୁଲି
ନିରନ୍ତର କେତେ ଖେଳ
ଭାବର ଆବେଗେ ଆହା କି ସରାଗେ
ହୋଇ ଉଠଇ ଚଞ୍ଚଳ ।
ବିପୁଳ ବିସ୍ମୃତି ମୁହୁର୍ତ୍ତ କେ ଭାସି
ଜୀବନର ଖେଦ କୋହ
ଭାର ଭରା ଭାବ ଉନ୍ମାଦନା ତୀବ୍ର
ପ୍ରତିକ୍ରିୟା ହସ ଲୁହ ।
ବୁଲଇ ସବେଗେ ପ୍ରୀତି ଅନୁରାଗେ
ବୋଳା ସୁମୁହୁର୍ତ୍ତ ପରେ
ରୋଗ ପୀଡ଼ା ବ୍ୟଥା ଅବସାଦ ଚିନ୍ତା
କ୍ରମେ କ୍ରମେ ଉଦେ ଧୀରେ ।

