STORYMIRROR

Jagannath Das

Romance

3  

Jagannath Das

Romance

ଚିନ୍ତା

ଚିନ୍ତା

1 min
168


ତୁଳିତଳ୍ପ ଶଯ୍ୟା ପରେ

ବାରିର ଝିପି ଝିପି ସ୍ବରେ

ମୋର ଭାବନା ସୁନ୍ଦରୀ ର କୁସୁମିତ କୋଳେ,

ଚକ୍ଷୁ ମୋର ନିଦ୍ରାଯାଏ ହଜି

ସାତ ତଳ ପାଣିର ଗରଭେ

ଚିନ୍ତି ଚିନ୍ତି ଜିବନ ସମିକ୍ଷା ।

 ହେ ମୋର ପ୍ରିୟା

କରୁଚି ମିନତୀ ବସି ରହ କ୍ଷଣେ

ଦେଖିବାକୁ ମୋର ସବୁ ରିତିନିତି

ପାଉନି ସମୟ ଚିନ୍ତିବାକୁ ତୋତେ

ମୁ ଚାହେଁ 'କହିବାରେ କେଉଁ ଏକ

ସ୍ଥିତିର ସମତଳ ଭୁମେ ,

ନ ମାନି କା କଥା,ନ ଆଣି ସାହାରା

ଚାଲିବି ପାରିବା ବିପଦ ସଂକୁଳ

କଣ୍ଟକିତ ପଥେ ,ଚାଲିବ ସର୍ବତ୍ର ପରିକ୍ଷା।

  ଏଇତ ଜୀବନ, ଚିନ୍ତା ପୁରା ପୁର୍ଣ

ଶାନ୍ତି ବିହିନ,ଦୁଖ ସୁଖ ହିନ

ଯଥାବତ୍ ପରାଣବିହିନ ,ଅବଶୋଶ ଭରା, 

ବଂଚିଛି ଲୋକ ମୁର୍ଦାର ସମ,

ପ୍ରେମର ସର୍ବଦା ବଦନାମ।

କଣ୍ଟକିତ ପଥେ ହୋଇ ଟିକେ ହୁସିଆର 

କରିବାରେ ଯାତ୍ରା ସୁରୁ

ଅଟକି ବାରେ ଅଧା ପଥ ଧାରେ

ପୁଣି ଘୁଷୁରି ଘୁଷୁରି 

ପହଂଚି ପାରେ ସେ ଲକ୍ଷସ୍ଥଳେ

ବଳକା ଜିବନେ

ଅବା ଖସିଯିବ 

ଜୀବନ ନାଟିକା 

ପଡିଯାଇ କେଉଁ ଏକ

ଗୋଲକ ଧଂଦା ମେଳେଵ

ଲୋଡା ନାହିଁ ମୋ ଜିବନେ

ଦେଖିବାରେ ଦୁଷ୍ଟଂକର

ମହା ପ୍ରହସନ. ଭାବୁଚି

ସୁଖିହେବି ପାରେ ଜଦି ରହି

ଏକୁଟିଆ ଏ ଦୁନିଆରେ. ।

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance